ଇ-ସିଗାରେଟ ଟାଣିବା ବେଳେ ଧରାପଡ଼ିଲେ ସାଂସଦ ମହୁଆ ମୈତ୍ର। ଦେଶରେ ଇ-ସିଗାରେଟ୍ ବ୍ୟାନ କରାଯାଇଥିଲା ବେଳେ ଟିଏମସି ସାଂସଦ ମହୁଆ ମୈତ୍ର କେମିତି ଖୁଲମଖୁଲା ଏହାକୁ ଟାଣୁଛନ୍ତି କହି ସଂସଦରେ ଆପତ୍ତି ଉଠାଇଥିଲେ ଅନୁରାଗ ଠାକୁର। ଏହାକୁ ଚେକ୍ କରନ୍ତୁ କହି ଦାବି କରିଥିଲେ ଅନୁରାଗ। ଏହାକୁ ଦେଖି ବାଚସ୍ପତି ଓମ୍ ବିର୍ଲା ସମସ୍ତଙ୍କୁ ଅପିଲ୍ କରିଥିଲେ ଯେ, ସଂସଦରେ ଏଭଳି ଇ-ସିଗାରେଟ ପିଇବାକୁ ଅନୁମତି ଦିଆଯିବନି। ସଂସଦୀୟ ନିୟମ ଓ ବିଧିବ୍ୟବସ୍ଥାକୁ ଅନୁପାଳନ କରିବା ଜରୁରୀ। ତାଙ୍କ ନଜରକୁ ଏମିତି ପ୍ରସଙ୍ଗ ଆସିଲେ, ସେ ନିଶ୍ଚିତ କାର୍ଯାନୁଷ୍ଠାନ ନେବେ।

Naxatra News is now on Whatsapp
Join and get latest news update delivered to you via whatsapp
Join Now