ଓଡ଼ିଶା

ଧନୁଯାତ୍ରା ପାଇଁ ପ୍ରସ୍ତୁତି ଜୋରଦାର

ବରଗଡ: ଧନୁଯାତ୍ରାକୁ ଆକର୍ଷଣୀୟ କରିବା ପାଇଁ ଚାଲିଛି ଜୋରଦାର ପ୍ରୟାସ । ନିଜକୁ ପ୍ରସ୍ତୁତ କରିବାରେ ଲାଗି ପଡିଛନ୍ତି କଳାକାର । ନୂତନ କଳାକାର ଚୟନ କରାଯାଇଥିବାରୁ କଳାକାରଙ୍କ ଅଭିନୟ ଉଚ୍ଚକୋଟୀର ହେବ ବୋଲି ଆଶା ରଖିଛି କମିଟି ।

ଧନୁଯାତ୍ରା ପାଇଁ ଚଳଚଞ୍ଚଳ ବରଗଡ଼ ସହର । ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା କୁ ଆଉ ଅଳ୍ପ ଦିନ ରହିଥିବାବେଳେଯାତ୍ରାକୁ ଆକର୍ଷଣୀୟ କରିବା ପାଇଁ ଅଭ୍ୟାସ ଆରମ୍ଭ କରିଛନ୍ତି କଳାକାର । ନାଟ୍ୟ ନିର୍ଦେଶକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଚାଲିଛି କଳାକାରଙ୍କ ଜୋରଦାର ଅଭ୍ୟାସ । କଳାକାରଙ୍କ ଅଟ୍ଟହାସ୍ୟରେ ପ୍ରକମ୍ପିତ ହେଉଛି ସାରା ଅଞ୍ଚଳ ।  ଦେବକୀ ବିବାହ ଠାରୁ ଆରମ୍ଭ କରି କଂସ ବଦ୍ଧ ପର୍ଯ୍ୟନ୍ତ, ପ୍ରତିଟି ଦୃଶ୍ୟକୁ କେମିତି ନିଖୁଣ ଭାବେ ପ୍ରଦର୍ଶିତ କରାଯିବ ସେନେଇ ପ୍ରସ୍ତୁତ ହେଉଛନ୍ତି କଳାକାର । ଚଳିତ ବର୍ଷ ନୂତନ  କଳାକାର ଚୟନ ହୋଇଥିବାରୁ ପ୍ରତ୍ୟେକ ଭୂମିକାର ନିଖୁଣ ଅଭିନୟ ପାଇଁ କଳାକାରଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । 

ସେପଟେକଳାକାରଙ୍କ ଆଖଡା ସ୍ଥଳୀରେ ବରଗଡ଼ ଉପ ଜିଲ୍ଲାପାଳ ଓ ସମ୍ପାଦକ ସୁରେଶ୍ୱର ଶତପଥୀ ସାମିଲ ହୋଇ କଳାକାରଙ୍କୁ ଉତ୍ସାହିତ କରିଛନ୍ତି । ଧନୁଯାତ୍ରାରେ ହରିବଂଶ, ମଥୁରା ମଙ୍ଗଳ,ଶ୍ରୀମଦ ଭାଗବତ,ମହାଭାରତ ପରି ପୁରାଣ ପାଠରୁ ବିଭିନ୍ନ ତଥ୍ୟ ସଂଗ୍ରହ କରି ଏହାର ସଂଳାପ ସହ ଅଭିନୟ କରାଯାଉଛି। ଚଳିତ ବର୍ଷ ଏଥିରେ ପାଇଁ ନୂତନ ସଂଳାପ ସହ ନୂତନ ଅଭିନେତାଙ୍କୁ ଯୋଡ଼ାଯାଇଛି, ଯାହା ଦର୍ଶକଙ୍କୁ ଭରପୁର ମନୋରଞ୍ଜନ ଯୋଗାଇବ ।

ତେବେବରଗଡ଼ ଧନୁଯାତ୍ରା ଯେତିକି ପାଖେଇ ଆସୁଛି ଧନୁଯାତ୍ରାକୁ ନେଇ ସମସ୍ତଙ୍କ ମନରେ ସେତିକି ଉତ୍ସାହ ଦେଖିବାକୁ ମିଳିଛି । 

 ଧ୍ରୁବ କର୍ମୀଙ୍କ ରିପୋର୍ଟ

Leave a Reply

Your email address will not be published.

Back to top button