ସିସୋଦିଆଙ୍କ ପିଏଙ୍କ ଘରେ ଇଡି ରେଡ

Spread the love

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତିକୁ ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ବାରା ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ସହଯୋଗୀଙ୍କୁ ପୁରାଉଚରା। ଦିଲ୍ଲୀରେ ହୋଇଥିବା ମଦ ଘୋଷଟାଲାକୁ ନେଇ ସିସୋଦିଆଙ୍କ ସହଯୋଗୀଙ୍କୁ ଇଡି ପଚରା ଉଚରା କରିଛି। ହେଲେ ଯାଞ୍ଚରେ ସେ ସହଯୋଗ କରୁନଥିବା ଇଡି ପକ୍ଷରୁ କୁହାଯାଇଛି।

ଦିଲ୍ଲୀ ସରକାର ଦ୍ବାରା ଅଣାଯାଇଥିବା ମଦ ନୀତିକୁ ନେଇ ଫସିଥିବା ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ପିଏଙ୍କୁ ଇଡି ପଚରା ଉଚରା କରିଥିବା ସୂଚନା ମିଳିଛି। ଏହାକୁ ନେଇ ସିସୋସିଆ ଟ୍ବିଟ କରି କହିଛନ୍ତି କି, ପ୍ରଥମେ ମିଥ୍ୟା ଏଫଆଇଆର ଆଧାରରେ ମୋର ଘର ଉପରେ ଚଢାଉ କରାଇଲେ। ସେଠାରୁ କିଛି ନ ମିଳିବାରୁ ମୋର ବ୍ୟାଙ୍କ ଲକର ଖେଳେଇଲେ। ମୋ ଗାଁକୁ ଯାଇ ସେଠାରେ ଯାଞ୍ଚ ହେଲା। ହେଲେ କିଛି ସୁଫଳ ମିଳିଲାନି। ତେଣୁ ଆଜି ମୋର ପିଏଙ୍କ ଘରେ ଇଡି ଚଢାଉ କରିଥିଲା। ସେଠାରେ ମଧ୍ୟ କିଛି ମିଳିଲାନି। ତେଣୁ  ତାଙ୍କୁ ଗିରଫ କରି ନିଆଯାଇଛି। ଏଥିସହ ସିସୋଦିଆ ଲେଖଛନ୍ତି, ବିଜେପି ବାଲା! ନିର୍ବାଚନ ହାର ପାଇଁ ଏତେ ଡର..

ସେପଟେ କିଛି ଇଡି କହିଛି, ସିସୋଦିଆଙ୍କ ପିଏ ଯାଞ୍ଚ କାଳରେ ସହଯୋଗ କରୁନାହାନ୍ତି।

Leave a Reply

Your email address will not be published. Required fields are marked *