ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସିନ୍ଧେ

Spread the love

ମୁମ୍ୱାଇ: ମହାରାଷ୍ଟ୍ର ରାଜନୀତିରେ ଗତ କିଛି ଦିନ ଧରି ଚାଲିଥିବା ହଟଚମଟର ଘଟିଛି ଅବସାନ। ସମସ୍ତ ଚର୍ଚ୍ଚା, ଆଲୋଚନା ଭୁଲ ସାବ୍ୟସ୍ତ ହୋଇଛି ଓ ଶେଷରେ ମୁଖ୍ୟମନ୍ତ୍ରୀ ପଦରେ ଆସିନ୍ନ ହୋଇଛନ୍ତି ଏକନାଥ ସିନ୍ଧେ ଓ ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି ଦେବେନ୍ଦ୍ର ଫଡନଭିସ। ସଂଧ୍ୟା ୭ଟା୩୦ରେ ସିନ୍ଧେ ମୁଖ୍ୟମନ୍ତ୍ରୀ ଭାବେ ନେଇଛନ୍ତି ପଦ ଓ ଗୋପନୀୟତାର ଶପଥ ଓ ହୋଇଛନ୍ତି ରାଜ୍ୟର ୨୦ ତମ ମୁଖ୍ୟମନ୍ତ୍ରୀ ହୋଇଛନ୍ତି।

ଗତ କିଛି ଦିନ ଧରି ଚାଲିଥିବା ମହାରାଷ୍ଟ୍ର ହାଇଡ୍ରାମାରେ ଯବନିକା ପଡିଛି ଗୁରୁବାର ଅପରାହ୍ନରେ। ବିଜେପି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ ମୁଖ୍ୟମନ୍ତ୍ରୀ ହେବାକୁ ନେଇ ଚାଲିଥିବା ଚର୍ଚ୍ଚାକୁ ଭୁଲ ପ୍ରମାଣିତ କରି ବିଜେପି ଏକନାଥଙ୍କୁ କରିଛି ମୁଖ୍ୟମନ୍ତ୍ରୀ। ଅପରାହ୍ନରେ ରାଜ୍ୟପାଳଙ୍କୁ ଭେଟିବା ପରେ ଫଡନଭିସ ମିଳିତ ସାମ୍ୱାଦିକ ସମ୍ମିଳନୀରେ ସିନ୍ଧେଙ୍କୁ ଘୋଷଣା କରିଥିଲେ କି, ସେ ନୁହଁନ୍ତି, ଏକନାଥ ସିନ୍ଧେ ହେବେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ। 

ବିଜେପି ସରକାରରେ ନ ରହି ବାହାରୁ କରିବ ସିନ୍ଧେଙ୍କୁ ସମର୍ଥନ। ବିଜେପି ରାଜ୍ୟରେ ସଂଖ୍ୟା ଗରିଷ୍ଠ ଦଳ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ବିଜେପିରୁ ହେବା ନିୟମ ରହିଛି। କିନ୍ତୁ ବିଜେପି ସରକାରରେ ସାମିଲ ନ ହେବାକୁ ନେଇଛି ନିଷ୍ପତ୍ତି। ବିଜେପିର ଏହି ମହାନତା ପାଇଁ ସିନ୍ଧେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହ ମନ୍ତ୍ରୀ ଅମିତ ସାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଦେଇଛନ୍ତି ଧନ୍ୟବାଦ। କିନ୍ତୁ ସଂଧ୍ୟାରେ ବିଜେପି ଅଧ୍ୟକ୍ଷ ଜେ ପି ନଡ୍ଡା ଘୋଷଣା କରିଥିଲେ ଫଡନଭିସ ହେବେ ଉପମୁଖ୍ୟମନ୍ତ୍ରୀ।

ଶପଥଗ୍ରହଣ ଉତ୍ସବ ପରେ ମୋଦି ଶୁଭେଚ୍ଛା ଜଣାଇଛନ୍ତି ସିନ୍ଧେଙ୍କୁ । ସେ ଜଣେ ତୃଣମୂଳସ୍ତରର ଓ ସିନ୍ଧାନ୍ତବାଦୀ ନେତା କହିବାକୁ ମୋଦି ପଛାଇ ନାହାନ୍ତି। ଆଗକୁ ରାଜ୍ୟ ବିକାଶର ଶୀର୍ଷରେ ପହଞ୍ଚିବ ବୋଲି ମୋଦି ଆଶାବ୍ୟକ୍ତ କରିଛନ୍ତି।

Leave a Reply

Your email address will not be published. Required fields are marked *