କିଏ ହେବ ଦେଶର ନୂଆ ରାଷ୍ଟ୍ରପତି ?

Spread the love

କିଏ ହେବ ଦେଶର ନୂଆ ରାଷ୍ଟ୍ରପତି। ଆସନ୍ତା ଜୁଲାଇ ୧୮ରେ ଅନୁଷ୍ଠିତ ହେବ ରାଷ୍ଟ୍ରପତି ନିର୍ବାଚନ। ୨୧ରେ ଦେଶକୁ ମିଳିବ ନୂତନ ମହାମହିମ ରାଷ୍ଟ୍ରପତି। ତେବେ ଜୁନ ୧୫ରୁ ନିର୍ବାଚନ ଲାଗି ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହୋଇଥିବା ବେଳେ ଏହା ୨୯ ତାରିଖରେ ଶେଷ ହେବ। ଏବେ ସମସ୍ତଙ୍କ ନଜର ରାଷ୍ଟ୍ରପତି ପ୍ରାର୍ଥୀଙ୍କ ଉପରେ ରହିଛି। ତେବେ ଏଭଳି ସ୍ଥିତିରେ ଯଶୱନ୍ତ ସିହ୍ନା ବିରୋଧୀ ଦଳରୁ ରାଷ୍ଟ୍ରପତି ପ୍ରାର୍ଥୀ ହୋଇପାରନ୍ତି ବୋଲି କଳ୍ପନାଜଳ୍ପନା କରାଯାଉଛି। ମମତା ବାନାର୍ଜୀ ପ୍ରସ୍ତାବ ଦେଇଥିବା ବେଳେ ଏଥିରେ ୧୯ଟି ଦଳର ସହମତି ମଧ୍ୟ ପ୍ରକାଶ ପାଇଛି। ତେବେ ଆଜି ସନ୍ଧ୍ୟାରେ ଦିଲ୍ଲୀରେ ରାଷ୍ଟ୍ରପତି ପ୍ରାର୍ଥୀ ନିର୍ବାଚନ ପାଇଁ ଯଶୱନ୍ତ ସିହ୍ନା ବିରୋଧୀ ମିଟିଂରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ସେପଟେ ବୈଠକରେ ଯୋଗ ଦେବା ପୂର୍ବରୁ ସିହ୍ନା ଟ୍ୱିଟ୍ କରି କହିଛନ୍ତି ଯେ, ଟିଏମସିରେ ମୋତେ ମିଳିଥିବା ସମ୍ମାନ ଏବଂ ପ୍ରତିଷ୍ଠା ପାଇଁ ମୁଁ ମମତାଙ୍କ ନିକଟରେ ଚିରକୃତଜ୍ଞ ରହିବ। ଏହାସହ ଏକ ବୃହତ ଜାତୀୟ କାରଣ ପାଇଁ ଦଳ ବ୍ୟତୀତ ବିରୋଧୀ ଏକତା ପାଇଁ କାମ କରିବା ଉଚିତ ଏବଂ ଦଳ ଏହି ପଦକ୍ଷେପ ଗ୍ରହଣ କରିବ ବୋଲି ବୋଲି କହିଛନ୍ତି ସିହ୍ନା ।ତେବେ ଆଜି ହେବାକୁ ଥିବା ବିରୋଧୀ ଦଳର ବୈଠକରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ ଭାବରେ ଟିଏମସି ଯଶୱନ୍ତ ସିହ୍ନାଙ୍କ ନାମ ପ୍ରସ୍ତାବ ଦେବ। କଂଗ୍ରେସର ବରିଷ୍ଠ ନେତାମାନେ ଏହି ବିଷୟରେ ଆଲୋଚନା କରିବା ପରେ ସିହ୍ନା ଏବେ ଏହି ପ୍ରସ୍ତାବରେ ରାଜି ହୋଇଛନ୍ତି।ସେହିପରି ରାଷ୍ଟ୍ରପତି ନିର୍ବାଚନ ପାଇଁ ଏନଡିଏ ପ୍ରାର୍ଥୀଙ୍କ ବିରୋଧରେ ବିରୋଧୀ ଦଳଗୁଡିକ ପ୍ରାର୍ଥୀ ଚୟନ କରୁଥିବା ବେଳେ ସେମାନଙ୍କୁ ମିଳୁନାହିଁ ଉପଯୁକ୍ତ ପ୍ରାର୍ଥୀ।

ପୂର୍ବରୁ ବିରୋଧୀଙ୍କ ପ୍ରସ୍ତାବକୁ ଏନସିପି ଅଧ୍ୟକ୍ଷ ଶରଦ ପାୱାର ମନା କରିବା ପରେ ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀ ଗତ ୧୫ ତାରିଖ ବିରୋଧୀ ଦଳ ବୈଠକରେ ନ୍ୟାଶନାଲ କନଫରେନ୍ସ ନେତା ଫାରୁକ ଅବଦୁଲ୍ଲା, ଗୋପାଳକୃଷ୍ଣ ଗାନ୍ଧିଙ୍କ ନାମ ପ୍ରସ୍ତାବ ଦେଇଥିଲେ। ଜମ୍ମ-କାଶ୍ମୀର ରାଜନୀତିରେ ତାଙ୍କ ସମ୍ପୃକ୍ତି ଜରୁରୀ ହୋଇଥିବାରୁ ଫାରକ୍ ରାଷ୍ଟ୍ରପତି ନିର୍ବାଚନ ଲାଗି ପ୍ରାର୍ଥୀ ହେବାକୁ ସିଧାସଳଖ ମନା କରି ଦେଇଥିଲେ।ପରେ ଏବେ ସୋମବାର ଗୋପାଳକୃଷ୍ଣ ଗାନ୍ଧି ଏଥପାଇଁ ମନା କରିଦେଇଛନ୍ତି। ରାଷ୍ଟ୍ରପତି ପଦ ପାଇଁ ତାଙ୍କ ନାମ ପରାମର୍ଶ ଦେଇଥିବାରୁ ମହାତ୍ମା ଗାନ୍ଧିଙ୍କ ନାତି ଗୋପାଳକୃଷ୍ଣ ଗାନ୍ଧି ସୋମବାର ବିରୋଧୀ ଦଳର ନେତାମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏବଂ ମୋଠାରୁ ଅନ୍ୟମାନେ ଏ ଦିଗରେ ଭଲ କରିବେ ବୋଲି କହିଛନ୍ତି ଗୋପାଳକୃଷ୍ଣ।

ଏହାସହ ନିର୍ବାଚନରେ ପ୍ରତିଦ୍ୱନ୍ଦିତା ନ କରିବାକୁ କହିଛନ୍ତି ଗୋପାଳକୃଷ୍ଣ। ତେବେ ଏଭଳି ପରିସ୍ଥିତିରେ ଯଶୱନ୍ତ ସିହ୍ନାଙ୍କ ନାଁ ଚର୍ଚ୍ଚା ହେଉଛି। ଏହା ପୂର୍ବରୁ ଯଶୱନ୍ତ ବିଜେପି ଛାଡି ଟିଏମସିରେ ଯୋଗ ଦେଇଥିଲେ। ହେଲେ ଏପର୍ଯ୍ୟନ୍ତ ଏନଡିଏ ପ୍ରାର୍ଥୀ ଘୋଷଣା କରିନଥିବା ବେଳେ , ପୁଣିଥରେ ରାମନାଥ କୋବିନ୍ଦଙ୍କୁ ପ୍ରାର୍ଥୀ କରିପାରେ ଏବଂ ଉପରାଷ୍ଟ୍ରପତି ଏମ.ଭେଙ୍କେୟା ନାଇଡୁଙ୍କୁ ମଧ୍ୟ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି। ଏହା ବ୍ୟତୀତ କେରଳ ରାଜ୍ୟପାଳ ଅରିଫ ମହମ୍ମଦ ଖାନଙ୍କ ନାଁ ମଧ୍ୟ ଜୋର ଧରିଛି। ଆଜି ବିଜେପିର ବି ସଂସଦୀୟ ବୋର୍ଡ ବୈଠକ ବସିବ। ରାଷ୍ଟ୍ରପତି ପ୍ରାର୍ଥୀ କିଏ ହେବେ, ସେ ନାଁ ଉପରେ ମୋହର ଲାଗିପାରେ।

  • ସୌନ୍ଦର୍ଯ୍ୟା ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *