ବିଜେପି ସହ ଲଢିବା ପ୍ରତି କଂଗ୍ରେସ ସଦସ୍ୟଙ୍କ ଲକ୍ଷ୍ୟ ହେବା ଉଚିତ

Spread the love

ନୂଆଦିଲ୍ଲୀ: ରବିବାର ମଲ୍ଲିକାର୍ଜ୍ଜୁନ ଖଡଗେଙ୍କ ବୟାନର ଜବାବ ରଖିଛନ୍ତି ଶଶୀ ଥରୁର। କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଦଳର ଭିତରର ଲଢେଇ ନୁହେଁ। ବରଂ ଦଳର ସଦସ୍ୟମାନଙ୍କ ପାଇଁ ଚୟନର ଅବସର ଯେମିତି ବିଜେପିକୁ ପ୍ରଭାବିତ ଉପାୟରେ କିପରି ମୁକାବିଲା କରିବାକୁ ହେବ।

ରବିବାର ଦିନ ମଲ୍ଲିକାର୍ଜ୍ଜୁନ ଖଡଗେ  କହିଥିଲେ କି, ନାମାଙ୍କନ ପରେ ସେ ଥରୁରଙ୍କ ସହ କଥାହେଇଥିଲେ। ସର୍ବସମ୍ମତିରେ ପ୍ରାର୍ଥୀ ହେବାକୁ ସେ ପ୍ରାଧାନ୍ୟ ଦେଇଥିବା ବେଳେ କିନ୍ତୁ ଥରୁର ନିର୍ବାଚନ ଲଢିବା ଉପରେ ଜୋର ଦେଇଥିଲେ ଓ କହିଥିଲେ କି ଲୋକତନ୍ତ୍ରରେ ନିର୍ବାଚନ ଲଢିବା ଦରକାର।

ମଲ୍ଲିକାର୍ଜ୍ଜୁନ ଆହୁରି କହିଥିଲେ, ଯେତବେଳେ କୌଣସି ବ୍ୟକ୍ତି ନିର୍ବାଚନ ଲଢିବାକୁ ନିଷ୍ପତ୍ତି ନେଇଥାଏ ତ ମୁଁ କିପରି ତାଙ୍କୁ ଅଟକାଇ ପାରିବି। ତେଣୁ ସେ ଲଢୁଥିଲେ ଓ ମୋର ଛୋଟ ଭାଇ ଅଟନ୍ତି। ଏହା ଏକ ପାରିବାରିକ ମାମଲା ଓ ଆମକୁ ଆଜି ତଥା ଆଗକୁ ମଧ୍ୟ ଏକଜୁଟ ହୋଇ ରହିବା ଉପରେ ଗୁରୁତ୍ବାରୋପ କରିଥିଲେ ମଲ୍ଲିକାର୍ଜ୍ଜୁନ।

ଏହା ଉପରେ ଥରୁର ଟ୍ବିଟ କରି କହିଛନ୍ତି, ଖଡଗେଙ୍କ ସହ ସହମତ କି କଂଗ୍ରେସରେ ଆମ ସମସ୍ତଙ୍କୁ ଏକଜୁଟ ହୋଇ ମୁକାବିଲା କରିବା ଦରକାର, ନା କି, ପରସ୍ପର ସହ। ପାର୍ଟି ପ୍ରମୁଖର ନିର୍ବାଚନ ହେଉଛି ଜଣଙ୍କୁ କିପରି ସବୁଠାରୁ ପ୍ରଭାବିତ ଶୈଳୀରେ ଓ କିପରି ଚୟନ କରାଯିବ।

ଚର୍ଚ୍ଚା ହେଉଛି କି, କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ହାଇ ଡ୍ରାମା ଦେଖିବାକୁ ମିଳିଛି। ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ଯାହାଙ୍କୁ ଗାନ୍ଧୀ ପରିବାର ପ୍ରଥମେ ଚୟନ କରିଥିଲା

Leave a Reply

Your email address will not be published. Required fields are marked *