ଫୈଜଲ ଓ ପାଣ୍ଡିଆନ୍..ଚାକିରୀ ଫେରିପାଇବେ କି ପାଣ୍ଡିଆନ୍ ?

Spread the love

ସ୍ୱେଛାକୃତ ଅବସର ନେଇ ବିଜେଡିରେ ସାମିଲ୍ ହୋଇଥିବା ଭି.କେ.ପାଣ୍ଡିଆନ୍ ରାଜନୀତିରୁ ସନ୍ୟାସ ନେଇଗଲେ। ବିଜେଡିର ବିପର୍ଯ୍ୟୟ ପରେ ନିଜକୁ ଦାୟୀ କରି ପାଣ୍ଡଆନ୍ ରାଜନୀତି ଛାଡ଼ିବା ପରେ ଏବେ କରିବେ କଅଣ। ନବୀନଙ୍କ ସହ ଛାଇ ହେଲା ଭଳି ରହିଆସିଥିବା ପାଣ୍ଡିଆନ ନିଜ ପୂର୍ବ ଭୂମିକାରେ ରହିବେ ନା ପୁଣି ଥରେ ଚାକିରୀକୁ ଫେରିବେ। ଆଇଏଏସ ଚାକିରୀ ଆହୁରି ଦୀର୍ଘ ବର୍ଷ ବାକି ଥିଲା ବେଳେ ପୁଣି ପାଣ୍ଡିଆନ୍ ଚାକିରୀକୁ ଫେରିପାରିବେ କି। ଏମିତି କିଛି ନିୟମ ଅଛି କି। କଅଣ କହୁଛି ଭାରତୀୟ ପ୍ରଶାସନିକ ସେବାର ଗାଇଡଲାଇନ୍ସ।

ଜାମୁକଶ୍ମୀରର ଆଇଏଏସ ଶାହା ଫୈଜଲଙ୍କ ଭଳି ପାଣ୍ଡିଆନ୍ ନିଜ ଚାକିରୀକୁ ଫେରିପାରିବେ ତ। ଏପ୍ରିଲ ୨୯, ୨୦୨୨ରେ ରାଜନୀତିରୁ ସନ୍ୟାସ ନେଇଥିଲେ ଜାମୁକଶ୍ମୀର ୟୁପିଏସସି ଟପ୍ପର ଶାହା ଫୈଜଲ। ଦେଶ ସ୍ୱାଧୀନତା ପରେ ଫୈଜଲ ଥିଲେ ଚତୁର୍ଥ ମୁସଲିମ୍ ଯିଏ ୟପିଏସସି ପରୀକ୍ଷାରେ ଟପ୍ କରିଥିଲେ।  ଜାମୁକଶ୍ମୀରରେ ନିଜର ଏକ ଦଳ ଗଢ଼ିବା ଲକ୍ଷ୍ୟରେ ଆଇଏଏସ ଚାକିରୀ ଛାଡ଼ିଦେଇଥିଲେ। ହେଲେ ପରେ ଅର୍ଥାତ୍ ୪ ମାସ ପରେ ପୁଣି ଚାକିରୀକୁ ଫେରିଯାଇଥିଲେ। ସଂସ୍କୃତି ମନ୍ତ୍ରଣାଳୟର ଉପ ସଚିବ ଭାବେ କେନ୍ଦ୍ର ପୁଣି ତାଙ୍କୁ ନିଯୁକ୍ତି ଦେଇଥିଲା ଅଗଷ୍ଟ ୧୩, ୨୦୨୨ରେ। ୨୦୧୦ ଆଇଏଏସ ଟପ୍ପର ଶାହା ଫୈଜଲ ବାରାମୁଳା ଲୋକସଭା ଆସନରୁ ଲଢ଼ିବାକୁ ଇଛା କରି ଚାକିରୀରୁ ସ୍ୱେଛାକୃତ ଅବସର ନେଇଥିଲେ। ଜେକେପିଏମ ବା ଜମ୍ମୁ କଶ୍ମୀର ପିପୁଲ୍ସ ମୁଭ୍‌ମେଣ୍ଟ ଦଳ ଗଠନ କରିଥିଲେ ଫୈଜଲ। ଜାମୁକଶ୍ମୀରରେ ଧାରା ୩୭୦ ଉଛେଦ ପରେ ପବ୍ଲିକ୍ ନିରାପତ୍ତା ଆକ୍ଟ ବଳରେ ଅଟକ ରହିଥିଲେ ଫୈଜଲ। ଡାକ୍ତରରୁ ବ୍ୟୁରୋକ୍ରାଟ ସାଜି ଜାମୁକଶ୍ମୀରରେ ଗଣତାନ୍ତ୍ରିକ ରାଜନୀତିକୁ ପୁନରୁଦ୍ଧାର ସକାଶେ ଦଳ ଗଢ଼ିଥିଲେ। କାର୍ମିକ ମନ୍ତ୍ରଣାଳୟ ପଛରେ ଫୈଜଲଙ୍କୁ ପୁଣି ଥରେ ନିଜ ଚାକିରୀରେ ପୁନଃ ନିଯୁକ୍ତି ଦେଇଥିଲା। ଜାନୁଆରୀରୁ ଅଗଷ୍ଟ ୨୦୧୯। ଏହି ୮ ମାସ ଧରି ରାଜନୀତିରେ ପାଦ ଥାପିଥିବାରୁ ଏତେ ବର୍ଷ ଧରି ସେ ହାସଲ କରିଥିବା ଭାବମୂର୍ତ୍ତି, ଜନତାର ଆସ୍ଥା ହରାଇଦେଲେ ବୋଲି କ୍ଷୋଭ ଝାଡ଼ିଥିଲେ ଫୈଜଲ। ରାଜନୀତିକ ଜୀବନ ଭିନ୍ନ ସୁଯୋଗ ଦେଇଥିଲା ସତ। କିନ୍ତୁ ସଫଳତା ବଦଳରେ ଅଧିକ ବିଫଳତାର ସ୍ୱାଦ ଚଖାଇଥିଲା ବୋଲି କହିଥିଲେ ଫୈଜଲ। ମାର୍ଚ୍ଚ ୨୦୧୯ରେ ଜେକେପିଏମ ଦଳ ଗଠନ କରିଥିଲେ। ୧୦ ମାସ ଧରି ନଜରବନ୍ଦୀ ଥିଲେ। ଅଗଷ୍ଟ ୧୦, ୨୦୨୦ରେ ରାଜନୀତି ଛାଡ଼ିଲେ ଆଉ ତା ସହ ଦଳ ବି।

ସେହିଭଳି ଓଡ଼ିଶା ରାଜନୀତିରେ ୨୦୦୦ ବ୍ୟାଚର ଆଇଏଏସ ଭି.କେ.ପାଣ୍ଡିଆନ୍ ଚାକିରୀ ଛାଡ଼ି ବିଜେଡିରେ ଗଲା ନଭେମ୍ୱର ୨୦୨୩ରେ ଜଏନ୍ କରିଥିଲେ। ତାମିଲନାଡୁର ପାଣ୍ଡିଆନ ଆଗ ପଞ୍ଜାବ କ୍ୟାଡରରେ ଚାକିରୀ ଜୀବନ ଆରମ୍ଭ କରିଥିଲେ। କିନ୍ତୁ ଓଡ଼ିଆ ଆଇଏଏସ ସୁଜାତା ରାଉତଙ୍କୁ ବିବାହ ପରେ ପାଣ୍ଡିଆନଙ୍କ ଓଡ଼ିଶା କ୍ୟାଡରକୁ ପରିବର୍ତ୍ତନ ହୋଇଥିଲା। ଚାକିରୀ ଛାଡ଼ି ବିଜେଡିରେ ସାମିଲ୍ ହେଉଣୁ ତାଙ୍କୁ ଅଖଣ୍ଡ କ୍ଷମତା ଦେଇଥିଲେ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭାବେ ଦୀର୍ଘ ୧୨ ବର୍ଷ ଧରି ଥିଲେ ପାଣ୍ଡିଆନ୍। କିନ୍ତୁ ଦଳରେ ଯୋଗଦାନ ପୂର୍ବରୁ ଏମିତିରେ ସବୁଠୁ ପାଓ୍ୱାରଫୁଲ୍ ଭାବେ ପରିଗଣିତ ପାଣ୍ଡିଆନ୍ ଦଳରେ ସାମିଲ ପରେ ୨୪ ପ୍ରଚାର,ଟିକଟ ଚୟନରୁ ନେଇ ଦଳର ରଣନୀତିର ମାଷ୍ଟରମାଇଣ୍ଡ୍ ସାଜିଥିଲେ। ହେଲେ ପାଣ୍ଡିଆନଙ୍କ ପ୍ରଚାର ବିଜେଡିକୁ ବୁଡ଼ାଇଦେଲା। ଦୀର୍ଘ ୨୪ ବର୍ଷ ଧରି ନିରଙ୍କୁଶ କ୍ଷମତାରେ ଥିବା ବିଜେଡି ପ୍ରଥମ ଥର ଧରାଶାୟୀ ହୋଇଗଲା। ରାଜନୀତିରେ ପାଣ୍ଡିଆନ୍ ବି ତିଷ୍ଠିପାରିଲେନି। କେବଳ ନବୀନଙ୍କୁ ସହଯୋଗ କରିବା ହିଁ ତାଙ୍କର ଏକମାତ୍ର ଉଦ୍ଦେଶ୍ୟ ରହିଥିଲା। ବିଜେଡିର ବଡ଼ ବିପର୍ଯ୍ୟୟ ପାଇଁ ନିଜକୁ ଦାୟୀ କରିବା ସହ ବିଜୁ ପରିବାରକୁ କ୍ଷମା ମାଗି ବିଜେଡି ଛାଡ଼ିଦେଲେ ପାଣ୍ଡିଆନ୍।

ପାଣ୍ଡିଆନଙ୍କ ଚାକିରୀ ବେଶ୍ କିଛି ବର୍ଷ ଥିଲା। କିନ୍ତୁ ଏବେ ପାଣ୍ଡିଆନ୍ ସକ୍ରିୟ ରାଜନୀତିରୁ ଅବସର ନେଇ କଅଣ ପୁଣି ଥରେ ଚାକିରୀ କ୍ଷେତ୍ରକୁ ଫେରିବେ କି। ଏମିତିରେ କେନ୍ଦ୍ରର ଶୀର୍ଷ ନେତୃତ୍ୱଙ୍କ ନଜରରେ ଚକ୍ଷୁଶୀଳ ହୋଇପଡ଼ିଛନ୍ତି ପାଣ୍ଡିଆନ୍। ପ୍ରଚାର ବେଳେ ବିଜେପିର ଟପ୍ ନେତାଙ୍କୁ ଯେଭଳି ନବୀନଙ୍କ ନାଁରେ କଡ଼ା କାଉଣ୍ଟର କରୁଥିଲେ ପାଣ୍ଡିଆନ୍, ତାହା ସ୍ମରଣୀୟ। ଆଉ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ହିଁ ପାଣ୍ଡିଆନଙ୍କ ଚାକିରୀ ଆବେଦନର ପୁନର୍ବିଚାର କରିପାରେ। ତେବେ ରାଜନୀତିରେ ତିକ୍ତ ଅନୁଭୂତି ନେଇ ସଦ୍ୟ ଫେରିଥିବା ପାଣ୍ଡିଆନ୍ ପୁଣି ଥରେ ଚାକିରୀ ଜୀବନକୁ ଫେରିବା ସହଜ ହେବ କି। ଆଇନତଃ ପାଣ୍ଡିଆନ୍ ଚାକିରୀକୁ ଫେରିପାରିବେ କି। ଏହାକୁ ନେଇ ସବୁଠି ବି ସମାନ୍ତରାଳ ଚର୍ଚ୍ଚା ଚାଲିଛି। ପାଣ୍ଡିଆନଙ୍କ ଭବିଷ୍ୟତ କଅଣ, ତାକୁ ନେଇ ମାନସମନ୍ଥନ ଆରମ୍ଭ ହୋଇଛି।

ଜଣେ ଆଇଏଏସ କି ଆଇପିଏସ ନିଜ ଚାକିରୀକୁ ପୁଣି ଥରେ ଫେରିପାରନ୍ତି। କିନ୍ତୁ ନିର୍ଦ୍ଦିଷ୍ଟ ସର୍ତ୍ତ ଥାଏ, ଯାହା ପୂରଣ କରିବା ଜରୁରୀ। ଯଦି ଇସ୍ତଫା ସ୍ୱେଛାକୃତ ହୋଇଥିବ, ତେବେ ସୁଯୋଗ ଥାଏ। କିନ୍ତୁ ବାଧ୍ୟତାମୂଳକ ଅବସରରେ ଏହା ଲାଗୁ ହୁଏନା। ଇସ୍ତଫା ଦେବାର ୯୦ ଦିନ ଭିତରେ ରିଇନଷ୍ଟେଟମେଣ୍ଟ ପାଇଁ ଆବେଦନ କରିପାରିବେ। କିନ୍ତୁ ଅନେକ କାରଣ ରହିଛି, ଯେଉଁଠି ସର୍ଭିସରେ ରି-ଜଏନର ସୁଯୋଗ ମିଳେନା।

ରିଜାଇନ ଓ ରିଜଏନିଂ ଭିତରେ କେବଳ ଶାହା ଫୈଜଲ ନୁହଁନ୍ତି। ୧୯୭୨ ବ୍ୟାଚ ଆଇପିଏସ କିରଣ ବେଦୀ ୧୯୮୨ରେ ଚାକିରୀ ଛାଡି ପଲିଟିକ୍ସରେ ଜଏନ କରିଥିଲେ। ପରେ ୧୯୯୩ରେ ଚାକିରୀରେ ପୁଣି ଜଏନ କଲେ ଓ ୨୦୦୭ରେ ଅବସର ନେଇଥିଲେ। କହିବାକୁ ଗଲେ ସର୍ଭିସରୁ ଇସ୍ତଫା ଓ ଭିଆରଏସ ଭିତରେ ତଫାତ୍ ଅଛି। କିନ୍ତୁ ସକ୍ରିୟ ରାଜନୀତିରେ ସାମିଲ୍ ପାଇଁ ଚାକିରୀ ଛାଡ଼ିଥିଲେ, ଇସ୍ତଫା ପ୍ରତ୍ୟାହାରକୁ ଅନୁମତି ମିଳେନା।

ପ୍ରଦୀପ ନାୟକଙ୍କ ରିପୋର୍ଟ, ନକ୍ଷତ୍ର ନ୍ୟୁଜ୍..।

Leave a Reply

Your email address will not be published. Required fields are marked *