ରାଜ୍ୟପାଳଙ୍କ ଅଭିଭାଷଣ…ବିରୋଧୀଙ୍କ କକ୍ଷ ତ୍ୟାଗ

ଆଜିଠୁ ଆରମ୍ଭ ହୋଇଛି ନୂଆ ସରକାରଙ୍କର ବିଧାନସଭାର ପ୍ରଥମ ଅଧିବେସନ। ରାଜ୍ୟପାଳ ରଘୁବର ଦାସଙ୍କ ଅଭିଭାଷଣରୁ ବିଧାନସଭା ଅଧିବେଶନ ଆରମ୍ଭ ହୋଇଥିଲା। ତେବେ ରାଜ୍ୟପାଳଙ୍କ ଅଭିଭାଷଣ ଜାରି ରହିଥିବା ବେଳେ ବିରୋଧୀମାନେ ତାହାକୁ ବର୍ଜନ କରି କକ୍ଷ ତ୍ୟାଗ କରିଛନ୍ତି। ବିରୋଧୀ ବିଜେଡି ଏବଂ କଂଗ୍ରେସ ସଦସ୍ୟମାନେ ଗୃହରୁ ଚାଲିଯାଇଥିଲେ। ଫଳରେ ବିନା ବିରୋଧୀରେ ରାଜ୍ୟପାଳ ତାଙ୍କର ଅଭିଭାଷଣ ଉପସ୍ଥାପନ କରିଥିଲେ। ପ୍ରଥମେ ଗୃହ ଆରମ୍ଭ ହେବା ମାତ୍ରା ଶାସକ ବିଜେପି ବିଧାୟକମାନେ ଜୟ ଶ୍ରୀରାମ ଏବଂ ଜୟ ଜଗନ୍ନାଥ କହି ଗୃହ ଭିତରେ ପ୍ରବେଶ କରିଥିଲେ। ଏହାପରେ ବିରୋଧୀ କଂଗ୍ରେସ ଓଡିଆ ଅସ୍ମିତା କୁଆଡା ଗଲା ବୋଲି କହି ଗୃହ ମଧ୍ୟରେ ହଟ୍ଟଗୋଳ କରିଥିଲେ। ସେହିପରି ବିଜେଡି ମଧ୍ୟ ରାଜ୍ୟପାଳଙ୍କ ଭାଷଣକୁ ବିରୋଧ କରି କକ୍ଷତ୍ୟାଗ କରିଥିଲେ। ଗୃହରେ ହଟ୍ଟଗୋଳ ଚାଲିଥିବା ବେଳେ ନବୀନ ତାଙ୍କ ଆସନରେ ଛିଡା ହୋଇ ପ୍ରତିବାଦ କରିଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *