ସରକାରଙ୍କୁ ଶଙ୍କରାଚାର୍ଯ୍ୟଙ୍କ ଚରମବାଣୀ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ପ୍ରକଳ୍ପ ବନ୍ଦ କରିବାକୁ ଦେଲେ ଚେତାବନୀ

Spread the love

ପରିକ୍ରମା ପ୍ରକଳ୍ପକୁ ନେଇ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ଶଙ୍କରାଚାର୍ଯ୍ୟ। କହିଛନ୍ତି ବିକାଶ ନାଁରେ ମଠ ମନ୍ଦିର ଭାଙ୍ଗିଛନ୍ତି ସରକାର। ଏମିତିକି କାମ ବନ୍ଦ କରିବାକୁ ଶୁଣାଇଛନ୍ତି ଚରମବାଣୀ। ସେପଟେ ବିଜେଡି ନିଜ ଜିଦରେ ଅଟଳ। ରଥଯାତ୍ରା ଆସୁଥିବାରୁ ପ୍ରକଳ୍ପ କାମକୁ ସମର୍ଥନ କରିବାକୁ ଅପିଲ କରିଛି ଦଳ। ଏସବୁ ଭିତରେ ପ୍ରକଳ୍ପକୁ ନେଇ ବିଜେପି ଓ କଂଗ୍ରେସ ବି ବିଜେଡିକୁ ଘେରିଛନ୍ତି।

     ସରକାରଙ୍କୁ ଶଙ୍କରାଚାର୍ଯ୍ୟଙ୍କ ଚରମବାଣୀ । ପ୍ରକଳ୍ପ ବନ୍ଦ କରିବାକୁ ଦେଲେ ଚେତାବନୀ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ପ୍ରସଙ୍ଗରେ ସରକାରଙ୍କୁ କଡା ସାମଲୋଚନା କରିଛନ୍ତି ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ। କହିଛନ୍ତି ମଠ ମନ୍ଦିର ଭାଙ୍ଗିବା ନାଁରେ ଶ୍ରୀକ୍ଷେତ୍ରକୁ ବିକୃତ କରୁଛନ୍ତି ସରକାର। କାମ ବନ୍ଦ କରିବା ସହ ଭଙ୍ଗାରୁଜା ପାଇଁ ଭୂଲ ମାଗନ୍ତୁ ବୋଲି ସରକାରଙ୍କୁ ଚେତାଇ ଦେଇଛନ୍ତି ଶଙ୍କରାଚାର୍ଯ୍ୟ।

ସେପଟେ ଭାଇରାଲ ହୋଇଛି ଜଗତଗୁରୁଙ୍କ ନିକଟରେ ପୁରୀ ବିଧାୟକଙ୍କ ବୟାନ। ଜୟନ୍ତ ଷଡ଼ଙ୍ଗୀ କହୁଛନ୍ତି ଆମେ ପ୍ରଥମରୁ ଭଙ୍ଗାରୁଜାକୁ ବିରୋଧ କରିନୁ। ଏବେ ବିରୋଧ କଲେ ଆଉ ଏମାରମଠ ଫେରିପାଇବାନି ବୋଲି କହିଛନ୍ତି ଜୟନ୍ତ। ଏହାସହ ବଢ଼ିଛି ରାଜନୀତି।

    ପ୍ରକଳ୍ପକୁ ନେଇ ବ୍ୟାକଫୁଟ୍‌ ରେ ବିଜେଡି। ସ୍ଥିତି ଏମିତି ହୋଇଛି ଯେ ଆଗକୁ ମୈାସୁମୀ ଆସୁଥିବାରୁ ପ୍ରକଳ୍ପକୁ ସମର୍ଥନ କରିବାକୁ ଅପିଲ କରିଛି ଦଳ। ପ୍ରଶ୍ନ ଉଠୁଛି ମୌସୁମୀ ବେଳେ ଅଧାପନ୍ତରିଆ ପ୍ରକଳ୍ପ ବିପଦ ସୃଷ୍ଟି କରିପାରେ କି? ରଥଯାତ୍ରା ଓ ମୌସୁମୀର ଦ୍ୱାହି ଦେଇ ବେଆଇନ ନିର୍ମାଣକୁ କାହିଁକି ସମର୍ଥନ କରୁଛି ଦଳ? ସେପଟେ ମନ୍ତ୍ରୀ ଅଶୋକ ପଣ୍ଡା ସ୍ୱୀକାର କରିଛନ୍ତି ଯେ ପ୍ରକଳ୍ପକୁ ନେଇ ବିବାଦ ରହିଛି।

  ପ୍ରକଳ୍ପ ପଲିଟିକ୍ସ ଭିତରେ ସରକାରଙ୍କ ଉପରେ ଶଙ୍କରାଚାର୍ଯ୍ୟ ବର୍ଷିବା ପରେ ଶ୍ରୀମନ୍ଦିରର ସୁରକ୍ଷାକୁ ନେଇ ଉଠିଛି ପ୍ରଶ୍ନ। ସେପଟେ ଜେଣ ତେଣ ପ୍ରକଳ୍ପକୁ ସମର୍ଥନ କରିବାରେ ବ୍ୟସ୍ତ ଶାସକ ଦଳ।

Leave a Reply

Your email address will not be published. Required fields are marked *