ନିଜ ଦଳ ଘୋଷଣା କଲେ ଗୁଲାମ

Spread the love

ଶ୍ରୀନଗର: ନିଜ ଦଳର ନାମ ଘୋଷଣା କଲେ ପୂର୍ବତନ କଂଗ୍ରେସ ନେତା ତଥା ପୂର୍ବତନ ଜମ୍ମୁ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦ। ଜମ୍ମୁରେ ସୋମବାର ଦିନ ନିଜ ଦଳର ନାମ ଘୋଷଣା କରିଛନ୍ତି। ଗୁଲାମଙ୍କ ଦଳର ନାମ ରଖାଯାଇଛି ଡେମୋକ୍ରାଟିକ ଆଜାଦ ପାର୍ଟି।

ପୂର୍ବତନ ଜମ୍ମୁ ମୁଖ୍ୟମନ୍ତ୍ରୀ ନିଜ ଦଳର ନାମ ଘୋଷଣା କରିଛନ୍ତି। ଡେମୋକ୍ରାଟିକ ଆଜାଦ ପାର୍ଟି ନାମକରଣ କରିଛନ୍ତି ଦଳର ନାମ। ଏଥିସହ ଦଳର ପତାକା ଅନାବରଣ କରିଛନ୍ତି ଗୁଲାମ। ଦଳର ନାମକରଣକୁ ନେଇ କହିଛନ୍ତି, ହିନ୍ଦୀ, ସଂସ୍କୃତ ଓ ଉର୍ଦ୍ଦୁରେ ୧୫୦୦୦ଟି ନାମ ଆସିଥିଲା । ହିନ୍ଦୀ ଓ ଉର୍ଦ୍ଦୁର ମିଶ୍ରଣ ହେଉଛି ହିନ୍ଦୁସ୍ଥାନୀ। କିନ୍ତୁ ଆମେ ଚାହୁଁଥିଲୁ ଏମିତି ଏକ ନାମ, ଯାହା ଲୋକତାନ୍ତ୍ରିକ, ଶାନ୍ତିପୂର୍ଣ୍ଣ ଓ ସ୍ବତନ୍ତ୍ର ହୋଇଥିବ।

ଗୁଲାମ ନବୀ ୨୬ ଅଗଷ୍ଟରେ ଇସ୍ତଫା ଦେଇଥିଲେ କଂଗ୍ରେସରୁ। ଇସ୍ତଫାର ଠିକ ଏକ ମାସ ପରେ ଗୁଲାମ ନିଜ ଦଳ ଘୋଷଣା କରିଛନ୍ତି। ଦଳୀୟ ପତାକାକୁ ଦେଖି କହିଛନ୍ତି କି, ସୋରିଷର ରଙ୍ଗ ରଚନାତ୍ମକତା ଓ ବିବିଧତାରେ ଏକତାର ପ୍ରତିକ। ଧଳା ଶାନ୍ତିର ଓ ନିଳ ସ୍ବତନ୍ତ୍ରତାର ପ୍ରତୀକ। ଖୋଲା ଜାଗା, କଳ୍ପନା, ସମୁଦ୍ରର ଗଭୀରତାରୁ ଆକାଶର ଉଚ୍ଚତା ପର୍ଯ୍ୟନ୍ତ ସୀମାକୁ ଇଙ୍ଗିତ କରାଯାଇଛି।

କଂଗ୍ରେସର ପାଞ୍ଚ ଦଶକରୁ ଅଧିକ ସମୟ ପର୍ଯ୍ୟନ୍ତ ସଦସ୍ୟ ରହିଥିବା ଗୁଲାମ ତାଙ୍କ ଇସ୍ତଫା ପତ୍ରରେ ଦଳରେ ଚାଲିଥିବା ଚାଟୁକାରିତାକୁ ଉଲ୍ଲେଖ କରିବା ସହ ଡ୍ରାଇଭର ଓ ଦେହରକ୍ଷୀ ଦଳ ସମ୍ବନ୍ଧୀୟ ନିଷ୍ପତ୍ତି ନେଉଥିବା କହିଥିଲେ। ଦଳରେ ଦେଖାଦେଇଥିବା ଅସନ୍ତୋଷ ପାଇଁ ସେ ସିଧା ସଳଖ ରାହୁଲଙ୍କ ଅପରାଗତାକୁ ଦାୟୀ କରିଥିଲେ।

Leave a Reply

Your email address will not be published. Required fields are marked *