ହରିୟାଣାର କ୍ରୀଡାମନ୍ତ୍ରୀଙ୍କ ଇସ୍ତଫା

Spread the love

ଚଣ୍ଡିଗଡ: ହରିୟାଣାର କ୍ରୀଡାମନ୍ତ୍ରୀ ତଥା ଭାରତୀୟ ହକି ଟିମର ପୂର୍ବତନ କ୍ୟାପଟେନ ସନ୍ଦୀପ ସିଂହ ଦେଲେ ଇସ୍ତଫା । କ୍ରୀଡାମନ୍ତ୍ରୀ ପଦରୁ ଇସ୍ତଫା ଦେଇ ମୁଖ୍ୟମନ୍ତ୍ରୀଙ୍କୁ କ୍ରୀଡା ବିଭାଗର ଦାୟିତ୍ୱ ଫେରସ୍ତ କରିଛନ୍ତି ସନ୍ଦୀପ ସିଂହ । ଜଣେ ମହିଳା ଜୁନିଅର କୋଚ ସନ୍ଦିପ ସିଂହଙ୍କ ନାଁରେ ଆଣିଥିଲେ ଯୌନ ଉତ୍ପୀଡନ ଭଳି ସାଂଘାତିକ ଅଭିଯୋଗ । ଯାହାପରେ ସେ ନିଜ ପଦରୁ ଇସ୍ତଫା ଦେଇଛନ୍ତି ।

ଗତ ଶୁକ୍ରବାର ଦିନ ଚଣ୍ଡିଗଡ଼ ପୋଲିସ ଜୁନିଅର ଆଥେଲିଟ୍ସ କୋଚଙ୍କ ଅଭିଯୋଗ ଆଧାରରେ ହରିୟାଣାର କ୍ରୀଡାମନ୍ତ୍ରୀ ସନ୍ଦୀପ ସିଂହଙ୍କ ବିରୋଧରେ ଯୌନ ଉତ୍ପୀଡନ ଓ ଅପରାଧିକ ଧମକ ମାମଲା ରୁଜ୍ଜୁ କରିଥିଲେ । ମନ୍ତ୍ରୀ ପ୍ରଥମେ ଏହି ଆରୋପକୁ ଭିତ୍ତିହୀନ ବୋଲି କହିବା ସହ ଏହା ତାଙ୍କ ବିରୋଧରେ ଏକ ଷଡଯନ୍ତ୍ର ଓ ଏହାର ସ୍ୱତନ୍ତ୍ର ତଦନ୍ତ ହେବାର ଆବଶ୍ୟକତା ରହିଛି ବୋଲି କହିଥିଲେ ।

କିନ୍ତୁ ମାମଲା ରୁଜ୍ଜୁ ହେବା ପରେ କ୍ରୀଡା ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ସନ୍ଦୀପ ସିଂହ । ଯାଞ୍ଚ ରିପୋର୍ଟ ଆସିବା ଯାଏଁ ମୁଁ ମୁଖ୍ୟମନ୍ତ୍ରୀଙ୍କୁ  କ୍ରୀଡା ବିଭାଗର ଦାୟିତ୍ୱ ହସ୍ତାନ୍ତର କରୁଛି ବୋଲି କହିଛନ୍ତି ସନ୍ଦିପ ସିଂହ । ଅନ୍ୟପଟେ ଡିଜିପିଙ୍କ ପକ୍ଷରୁ ତିନି ସଂସଦୀୟ ସମିତି ଗଠନ କରାଯାଇ ମାମଲାର ଯାଞ୍ଚ କରାଯାଉଛି ।

Leave a Reply

Your email address will not be published. Required fields are marked *