ଜେଲ୍ ଗଲେ ହରିଆଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ୍ ପ୍ରକାଶ ଚୌତାଲା

Spread the love

ହରିଆଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ୍ ପ୍ରକାଶ ଚୌତାଲା ଜେଲରେ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୪ ବର୍ଷ ଜେଲା ଦଣ୍ଡାଦେଶ ସହ ୫୦ ଲକ୍ଷ ଟଙ୍କାର ଜରିମାନା ହୋଇଛି। ତେବେ ୮୭ ବର୍ଷୀୟ ଚୌତାଲା ଏହି ଜେଲ ଦଣ୍ଡ ସହ ତିହାରରେ ବନ୍ଦୀ ଥିବା ବୟସ୍କ ବନ୍ଦୀଙ୍କ ଭିତରେ କେବଳ ଅନ୍ୟତମ ନୁହଁନ୍ତି, ବରଂ ସବୁଠୁ ବୟସ୍କ ବନ୍ଦୀ ଭାବେ ପରିଗଣିତ ହୋଇଛନ୍ତି।

ମୁଖ୍ୟମନ୍ତ୍ରୀ ଜେଲ୍‌ରେ! ଯେମିତି ଜେଲ ଯିବା ଆସିବା ଦେହସୁହା ହୋଇଗଲାଣି। ହରିଆଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ୍ ପ୍ରକାଶ ଚୌତାଲା ପୁଣି ଜେଲ୍ ଯାଇଛନ୍ତି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଚୌତାଲାଙ୍କୁ ୪ ବର୍ଷ ଜେଲ ଦଣ୍ଡାଦେଶ ସହ ୫୦ ଲକ୍ଷ ଟଙ୍କାର ଜରିମାନା ହୋଇଛି। ବଡ଼ କଥା ହେଲା, ୮୭ ବର୍ଷ ବୟସ୍କ ଚୌତାଲାଙ୍କ ବୟସ କି ସ୍ୱାସ୍ଥ୍ୟଗତ ସମସ୍ୟା ତାଙ୍କ ଦଣ୍ଡ କମାଇବାରେ ସହାୟକ ହୋଇପାରିଲାନି। ସିବିଆଇ ଚୌତାଲାଙ୍କ ପାଇଁ ସର୍ବାଧିକ ଦଣ୍ଡାଦେଶ ଦାବି କରିଥିଲା ବେଳେ ଦିଲ୍ଲୀ ରୋଜ୍ ଆଭେନ୍ୟୁ କୋର୍ଟ ବି ଅନୁରୂପ ଦଣ୍ଡାଦେଶ ଦେଇଛନ୍ତି।

୧୯୯୯ରୁ ୨୦୦୦ରେ ହରିଆଣା ମୁଖ୍ୟମନ୍ତ୍ରୀ ଥିଲା ବେଳେ ୩ହଜାର୨୦୬ ଶିକ୍ଷକ ଦୁର୍ନୀତି ମାମଲାରେ ଘୋଟାଲା ହୋଇଥିଲା।

Leave a Reply

Your email address will not be published. Required fields are marked *