ମାତ୍ର ଦୁଇ ପ୍ଲେଟ୍ ସାଲାଡ୍ ବ୍ରେଡର ଦାମ ୧ ଲକ୍ଷ ୩୦ ହଜାର ଟଙ୍କା

ସାଲାଡ଼-ବ୍ରେଡ୍ ହୋଟେଲରେ ଖାଇଲେ ଅତି ବେଶୀରେ କେତେ ଟଙ୍କା ଦେବାକୁ ପଡ଼ିବ। ତା ପୁଣି ମାତ୍ର ଦୁଇଟି ପ୍ଲେଟ। ଆଉ ହୋଟେଲ ଯେଉଁ ଦର କଷିଲା ଓ ଗ୍ରାହକଙ୍କଠୁ ଜୋରଜୁଲୁମ କରି ଆଦାୟ କଲା, ତାହା ହିଁ ସମସ୍ତଙ୍କୁ ତାଜୁବ କରିଛି। ମାତ୍ର ଦୁଇ ପ୍ଲେଟ୍ ସାଲାଡ୍ ବ୍ରେଡର ଦାମ ୧ ଲକ୍ଷ ୩୦ ହଜାର ଟଙ୍କା କହି ଅସୁଲ କରିଛି ଗ୍ରାହକଙ୍କଠୁ। ଫେସବୁକରେ ଗ୍ରାହକ ଏଭଳି ଅନ୍ୟାୟ ବିରୁଦ୍ଧରେ ଅଭିଯୋଗ କଲେ ବି ମାନିଲାନି ହୋଟେଲ। ମହିଳା ଟୁରିଷ୍ଟଙ୍କୁ ଲୁଟିଲା ହୋଟେଲ। ମାତ୍ର ଦୁଇ ପ୍ଲେଟ୍ ସାଲାଡ୍ ଓ ବ୍ରେଡ୍ ର ଦାମ ଲକ୍ଷାଧିକ ଟଙ୍କା କହି ଜୋର ଜବରଦସ୍ତ ଅସୁଲ କରିଲା।ମହିଳା ଟୁରିଷ୍ଟଙ୍କୁ ଲୁଟିଲା ହୋଟେଲ। ମାତ୍ର ଦୁଇ ପ୍ଲେଟ୍ ସାଲାଡ୍ ଓ ବ୍ରେଡ୍ ର ଦାମ ଲକ୍ଷାଧିକ ଟଙ୍କା କହି ଜୋର ଜବରଦସ୍ତ ଅସୁଲ କରିଲା। ଗ୍ରୀସର ଆଇଲ୍ୟାଣ୍ଡକୁ ନିଜ ବନ୍ଧୁଙ୍କ ସହ ବୁଲିବାକୁ ଯାଇଥିବା ଆମେରିକାର ଜଣେ ମହିଳା ଟୁରିଷ୍ଟଙ୍କୁ ଏମିତି ଶୋଷଣ କରିଛି ଏକ ହୋଟେଲ। ପ୍ଲାଟିସ୍ ଗିଆଲୋସରେ ଥିବା ଡିକେ ଓୟୋଷ୍ଟର ରେଷ୍ଟୁରାଣ୍ଟ ଏଭଳି ଜୋରଜୁଲୁମ କରି ଟୁରିଷ୍ଟଙ୍କଠୁ ଲକ୍ଷାଧିକ ଟଙ୍କା ଆଦାୟ କରିଥିବାର ଅଭିଯୋଗ ହୋଇଛି। ହୋଟେଲରେ ପହଞ୍ଚିଥିଲେ ଆମେରିକାର ସିଏଟଲରେ ରହୁଥିବା ଚେରିଲ ଲେମ୍ଫେୟର।

ଖାଇବା ସରିଲା ପରେ ଓ୍ୱେଟର କହିଲେ କି, ଅଫିସ ଯାଇ ପେମେଣ୍ଟ କରିବାକୁ ହେବ। ବିଲ୍ ମାଗିବାରୁ ହୋଟେଲ କର୍ତ୍ତୃପକ୍ଷ ବିଲ୍ ବି ଦେଲେନି। ଆଉ ସିଧା ଖାଇବା ବାବଦରେ ୧ ଲକ୍ଷ ୩୦ହଜାର ଟଙ୍କା ଚାର୍ଜ କରିଥିଲେ। ତେବେ ଏତେ ବିଲ୍ କେମିତି ହେଲା ବୋଲି ପ୍ରତିବାଦ କରିବାକୁ କୁଆଡ଼େ ହୋଟେଲର ପୁରୁଷ କର୍ମଚାରୀ ସେମାନଙ୍କୁ ଧମକାଇଥିଲେ। ଭୟଭୀତ କରାଇ ଅର୍ଥ ଚୁପଚାପ୍ ଦେଇଦେବାକୁ ଚାପ ପକାଇଥିଲେ।