ହାୱାର୍ଡ ବିଶ୍ବବିଦ୍ୟାଳୟର ସମର୍ଥନ ମିଳିଛି ଭାରତ ଯୋଡ ଯାତ୍ରାକୁ

Spread the love

ସୋନିପତ: ଶୁକ୍ରବାର ସକାଳୁ ସକାଳୁ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ଯାତ୍ରାକୁ ମିଳିଛି ଆମେରିକାର ହାୱାର୍ଡ ବିଶ୍ବବିଦ୍ୟାଳୟର କିଛି ଶିକ୍ଷାବିତ୍ ଓ ଛାତ୍ରଛାତ୍ରୀଙ୍କ ସମର୍ଥନ। ହରିଆଣାର ସୋନିପତରୁ ଶୁକ୍ରବାର ଭାରତ ଯୋଡ ଯାତ୍ରା ଆରମ୍ଭ ହୋଇଥିଲା। ଯାତ୍ରା ଆରମ୍ଭ ହେବା ପରେ ଭାରତୀୟ ଆମେରିକୀୟ ଶିକ୍ଷାବିତ ପ୍ରଫେସର ସିଲା ସେନ ଜସନୋଫ,  ପ୍ରଫେସର ଜୟ ଏଚ ଜସନୋଫ ଓ ହାୱାର୍ଡ ବିଶ୍ବବିଦ୍ୟାଳୟର ବହୁ ଛାତ୍ରଛାତ୍ରୀ ଏଥିରେ ସାମିଲ ହୋଇଥିଲେ।

ହାୱାର୍ଡ ପ୍ରଫେସର ଓ ଛାତ୍ରଛାତ୍ରୀ ଭାରତ ଯୋଡ ଯାତ୍ରାରେ ସାମିଲ ହେବା ପରେ ଏହି ଯାତ୍ରା ବିଶ୍ବସ୍ତରରେ ଏକ ପରିଚୟ ସୃଷ୍ଟି କରିଥିବା ସ୍ପଷ୍ଟ ହୋଇଛି। ସେପଟେ ଆଜି ଅପରାହ୍ନରେ ରାହୁଲ ପାନିପତରେ ସର୍ବସାଧାରଣ ସଭାକୁ ଉଦ୍‌ବୋଧନ ଦେବେ। ପାନିପତରେ ଯାତ୍ରା ପହଞ୍ଚିବା ପରଠାରୁ ହଜାର ହଜାର ସଂଖ୍ୟାରେ ଲୋକେ ଭାରତ ଯୋଡ ଯାତ୍ରାକୁ ସ୍ବାଗତ କରିଥିଲେ।

କଂଗ୍ରେସ ନେତ୍ରୀ ଶୈଳଜା କୁମାରୀ କହିଛନ୍ତି କି, ରାହୁଲଙ୍କ ନେତୃତ୍ବରେ ଆମେ ସୀମାନ୍ତରୁ ପାନିପତ ପର୍ଯ୍ୟନ୍ତ ଚାଲିବୁ। ଯେଉଁଠାରେ ରାହୁଲ ଗାନ୍ଧୀ ଉଦବୋଧନ ଦେବେ ସେଠାକୁ ଏକ ବିରାଟ ରାଲି ଯାତ୍ରା କରୁଛି। ଲୋକଙ୍କ ବିଭିନ୍ନ ପ୍ରସଙ୍ଗକୁ ନେଇ ଆମେ ଯାତ୍ରା କରୁଛୁ। ପାନିପତରେ ଅନେକ ଶିଳାନୁଷ୍ଠାନ ରହିଛି, ହେଲେ ସେସବୁ ରୁଗ୍ଣ ସ୍ଥିତିରେ ରହିଛି। ଆମେ ରତ୍ପାନୀ କ୍ଷେତ୍ରରେ ଶୀର୍ଷରେ ରହିବା କଥା କିନ୍ତୁ ଆମେ କରି ପାରୁନାହୁଁ ବୋଲି କହିଛନ୍ତି ଶୈଳଜା।

Leave a Reply

Your email address will not be published. Required fields are marked *