ଆଜି ଝାଡ଼ଖଣ୍ଡ ହାଇକୋର୍ଟରେ ରାହୁଲ ଗାନ୍ଧିଙ୍କ ଆବେଦନ ଉପରେ ଶୁଣାଣି

Spread the love

ରାଞ୍ଚି : ରାଞ୍ଚିର ଏମପି-ଏମଏଲଏ କୋର୍ଟରୁ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ହାଜର ହେବାକୁ ଥିବା ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ୍ କରି ଦାଖଲ ହୋଇଥିବା ଆବେଦନ ଉପରେ ଝାଡ଼ଖଣ୍ଡ ହାଇକୋର୍ଟରେ ଆଜି ଶୁଣାଣି ହେବ । ଜଷ୍ଟିସ୍ ସଞ୍ଜୟ କୁମାର ଦ୍ଵିବେଦୀଙ୍କ ଖଣ୍ଡପୀଠରେ ମାମଲାର ଶୁଣାଣି ହେବ । ତେବେ ଏହି ମାମଲାରେ ହାଇକୋର୍ଟ କ’ଣ ନିର୍ଦ୍ଦେଶ ଦେବେ ତାହା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ । କାରଣ ଯଦି ରାହୁଲ ଗାନ୍ଧିଙ୍କ ଆବେଦନକୁ ହାଇକୋର୍ଟ ସ୍ଵୀକାର ନକରନ୍ତି, ତେବେ ତାଙ୍କୁ ରାଞ୍ଚି ସିଭିଲ୍ କୋର୍ଟରେ ହାଜର ହେବାକୁ ପଡିପାରେ ।

ରାହୁଲ ଗାନ୍ଧି ରାଞ୍ଚି ସିଭିଲ୍ କୋର୍ଟର ନିର୍ଦ୍ଦେଶ ବିରୋଧରେ ହାଇକୋର୍ଟରେ ଏହି ଆବେଦନ ଦାୟର୍ କରିଥିଲେ । ରାହୁଲ ନିଜ ପକ୍ଷରୁ ହାଇକୋର୍ଟର ଅଧିବକ୍ତା ପିୟୂଷ ଚିନେଶ ଏବଂ ଦୀପଙ୍କର ରାୟଙ୍କୁ ଓକିଲ ନିଯୁକ୍ତ କରିଛନ୍ତି।

Leave a Reply

Your email address will not be published. Required fields are marked *