ଜେଡିୟୁରେ ଅଭ୍ୟନ୍ତରୀଣ କନ୍ଦଳ

Spread the love

ପାଟନା: ବିହାରରେ ରାଜନୈତିକ ହଲଚଲ। ସମ୍ପ୍ରତି ଜେଡିୟୁରେ ଲାଗିରହିଛି ବିବାଦ। ମୁଖ୍ୟମନ୍ତ୍ରୀ ନିତୀଶ କୁମାର ଓ ବରିଷ୍ଠ ନେତା ଉପେନ୍ଦ୍ର କୁଶୱାହା ମଧ୍ୟରେ ଚାଲିଥିବା ଟଣାଓଟରା ଚର୍ଚ୍ଚା ସାଉଁଟୁଥିବା ବେଳେ କୁଶୱାହା ନିତୀଶଙ୍କ ଉପରେ କରିଛନ୍ତି ଆକ୍ରମଣ। ସେ କହିଛନ୍ତି, ଯଦିଓ ଦଳ ମୋତେ ସଂସଦୀୟ ଦଳର ଅଧ୍ୟକ୍ଷ କରିଛି, କିନ୍ତୁ ଖାଲି ମୋତେ ଭୂଆଁ ବୁଲାଯାଇଛି। ଦୁଇ ବର୍ଷରେ ସଂସଦୀୟ ଦଳ କମିଟିର ମନୋନୟନ ହୋଇନାହିଁ। ବ୍ୟକ୍ତିଗତ ରୂପେ ସଂସଦୀୟ ଦଳର ଅଧ୍ୟକ୍ଷ ହେବା ପରେ ବି କେବେ କୌଣସି ପ୍ରାର୍ଥୀ ଚୟନରେ ମୋର ପରାମର୍ଶ ନିଆଯାଇନାହିଁ, ଯାହା ସଂସଦୀୟ ବୋର୍ଡର କାର୍ଯ୍ୟ।

ମୁଁ ସରକାରୀ ଚାକିରି କରୁ ନାହିଁ, ବରଂ ରାଜନୀତି କରୁଛି। ବିଧାୟକ ହେବା ଓ ବିଧାନ ପରିଷଦ ସଦସ୍ୟ ହେବା କୌଣସି ସରକାରୀ ଚାକିରି ନୁହେଁ। ଲୋକଙ୍କ ହିତସାଧନ କରିବା, ନ୍ୟାୟ ଦେବା, ପାର୍ଟି ସିଦ୍ଧାନ୍ତଗୁଡିକୁ ଆଗେଇ ନେବା ରାଜନେତାଙ୍କ ଲକ୍ଷ୍ୟ। କୁଶୱାହା ଆହୁରି କହିଛନ୍ତି କି, ମୋର ପ୍ରସ୍ତାବ ଉପରେ ଦଳ କେବେ କାର୍ଯ୍ୟ କରି ନାହିଁ। ମୋ ପାଇଁ ବିଧାନ ପରିଷଦର ସଦସ୍ୟ ଲଲିପପ୍ ହୋଇଛି। ଦଳକୁ ମଜବୁତ କରିବାକୁ କୌଣସି କାର୍ଯ୍ୟ ହେଉନାହିଁ। ସଂସଦୀୟ ବୋର୍ଡର ଅଧ୍ୟକ୍ଷ ପଦ ଏକ ଲଲିପପ୍।

୧୯୯୪ରେ ଲାଲୁ ଯାଦବଙ୍କ ସମୟରେ ଯେଉଁ ଅଧିକାର ମିଳିଥିଲା ଆଜି ନିତୀଶ କୁମାରଙ୍କଠାରୁ ମାଗିଛୁ। ଯଦି ସେ କହୁଛନ୍ତି କି, ସେ ସ୍ନେହ କରୁଛନ୍ତି ତେବେ ସେ ଗୋଟିଏ ପଟେ ପ୍ରେମ କରୁଥିବା ବେଳେ ଅନ୍ୟ ପଟେ ଦୂରକୁ ଘଉଡାଉଛନ୍ତି।   

Leave a Reply

Your email address will not be published. Required fields are marked *