ୱାଇଏସଆରସିପି ଅଧ୍ୟକ୍ଷ ପଦ ଛାଡିଲେ ବିଜୟାମ୍ମା

Spread the love

ନୂଆଦିଲ୍ଲୀ: ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ମା ଓ ୱାଇଏସଆରସିପି ନେତା ଆଇଏସ ବିଜୟାମ୍ମା ପାର୍ଟିର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି। ଏହା ପରେ ଜଗନ ରେଡ୍ଡୀ ହୋଇଛନ୍ତି ଦଳର ସର୍ବକାଳୀନ ଅଧ୍ୟକ୍ଷ। ଇସ୍ତଫା ଦେବା ପରେ ପୂର୍ଣ୍ଣ ରାଷ୍ଟ୍ରୀୟ ବୈଠକରେ ୱାଇଏସ ବିଜୟାମ୍ମା ଶୁକ୍ରବାର କହିଥିଲେ  କି, ଏହି ପାର୍ଟିରୁ ବାହାରିବାକୁ ଭାବୁଛି। ମୋ ଝିଅ ଶର୍ମିଳା ଏକା ଲଢୁଛି। ରାଜଶେଖର ରେଡ୍ଡୀ ଓ ଶର୍ମିଳାଙ୍କ ମା ରୂପେ ମତେ ଝିଅ ସହ ଠିଆ ହେବାକୁ ହେବ।

ସେ ଆହୁରି କହିଛନ୍ତି କି, ଯେତେବେଳେ ଜଗନ ରେଡ୍ଡୀ ଅସୁବିଧାରେ ଥିଲେ ସେତେବେଳ ମୁଁ ତାଙ୍କ ସାଥ ଦେଇଥିଲି। ଏବେ ସେ ଏଠାରେ ଖୁସି ଅଛନ୍ତି। ଝିଅ ଶର୍ମିଳା ଏକା ଲଢୁଛି । ଯଦି ମୁଁ ତାଙ୍କୁ ସମର୍ଥନ ନ କରେ ତେବେ ଏହା ଅନ୍ୟାୟ ହେବ। ଏସବୁ ମୁଁ ଆପଣମାନଙ୍କୁ ଏଥିପାଇଁ କହୁଛି, କାରଣ ମୋତେ ଆପଣମାନେ କ୍ଷମା କରିବେ।

ସେପଟେ ଶର୍ମିଳା ପଡୋଶୀ ୱାଇଏସଆର ତେଲେଙ୍ଗାନା ପାର୍ଟିର କମାଣ ସମ୍ଭାଳିଛନ୍ତି। ଶର୍ମିଳାଙ୍କ ସମ୍ପର୍କରେ ବିଜୟାମ୍ମା କହିଛନ୍ତି,  ଜଣେ ଭାବେ ମୁଁ ଜଗନ ସହ ରହିଥିବି, ହେଲେ ଝିଅ ଏକା ପଡିଯାଇଥିବାରୁ ତାକୁ ସାହାଯ୍ୟର ଆବଶ୍ୟକତା ରହିଛି। ଶର୍ମିଳା ଏବେ ନିଜ ପିତାଙ୍କ ଆଦେଶ ପାଳନ କରିବାକୁ ତେଲେଙ୍ଗାନାରେ ଏକା ଲଢୁଛି।  ମୁଁ ଦ୍ବିଧା ଭିତରେ ଥିଲି କି, କିପରି ଦୁଇଟି ଦଳର ସଦସ୍ୟ ରହିବି। ତେଣୁ ଅନ୍ତରାତ୍ମାର ବାଣୀ ଶୁଣି ୱାଇଏସଆରସିରୁ ଇସ୍ତଫା ଦେଉଛି।

Leave a Reply

Your email address will not be published. Required fields are marked *