ନୀତିଶଙ୍କ ବିମାନ କିଣାକୁ ବିଜେପି ତାତ୍ସଲ୍ୟ

Spread the love

ନୂଆଦିଲ୍ଲୀ: ବିହାର ସରକାର ଦ୍ବାରା କିଣା ଯାଇଥିବା ଜେଟ ବିମାନକୁ ନେଇ ବିଜେପି ନେତା ସୁଶିଲ ମୋଦି ଗୁରୁବାର କହିଛନ୍ତି କି, ଏହି ଜେଟ ୨୦୨୪ରେ ନୀତିଶଙ୍କ ପ୍ରଧାନମନ୍ତ୍ରୀ ହେବା ସ୍ବପ୍ନରେ ବ୍ୟବହାର ହେବ।

ସୁଶିଲ କହିଛନ୍ତି, ବିହାର ସରକାର କିଣିଥିବା ଜେଟ ୧୨ ସିଟ ବିଶିଷ୍ଟ ହୋଇଥିବା ବେଳେ ଏହାକୁ ୨୫୦ କୋଟି ଟଙ୍କାରେ କିଣା ଯାଇଛି। କିନ୍ତୁ ଏହା ବିହାରରେ ରନୱେରର ଅଭାବ କାରଣରୁ ରାଜ୍ୟରେ ବ୍ୟବହାର ହେବ ନାହିଁ। ବରଂ ୨୦୨୪ରେ ନୀତିଶଙ୍କ ପ୍ରଧାନମନ୍ତ୍ରୀ ହେବା ସ୍ବପ୍ନ ପୂରଣରେ ଲାଗିବ। ହେଲେ ସେହି ସ୍ବପ୍ନ ପୂରଣ ହେବ ନାହିଁ। ନୀତିଶ ଦେଶବ୍ୟାପୀ ଉଡିବାକୁ ଜେଟ ବିମାନ କିଣିଥିବା କହିଛନ୍ତି ସୁଶିଲ ମୋଦି।

ବିହାର ସରକାର ଦ୍ବାରା କିଣା ଯାଇଥିବା ଜେଟ ବିମାନ ଉପରେ ଗଣମାଧ୍ୟମର ପ୍ରଶ୍ନର ଉତ୍ତରରେ ମୋଦି କହିଛନ୍ତି କି, ବିହାରରେ ପାଟନା, ଦରଭଙ୍ଗା, ପୁର୍ନିଆ ଓ ଗୟା, ଏହି ୪ଟି ମାତ୍ର ସ୍ଥାନରେ ରନୱେ ରହିଛି।  ତେଣୁ କାହିଁକି ସରକାର ଏତେ ଟଙ୍କା ଖର୍ଚ୍ଚ କରି ଜେଟ କିଣିଛି।

ଯଦି ୧୫ ବର୍ଷ ହେଲା ନୀତିଶ କିଣି ନ ଥିଲେ ଏବେ କାହିଁ କିଣିଛନ୍ତି? କଣ ଏହା ତେଜସ୍ବୀଙ୍କୁ ଉପହାର ଦେବାକୁ ବୋଲି ମୋଦି ପ୍ରଶ୍ନ କରିଛନ୍ତି। ବିଜେପି ନେତା କହିଛନ୍ତି କି, ବିହାର ସରକାର ନିକଟରେ ଏକ ବିମାନ ରହିଛି ଓ ଏହା କାର୍ଯ୍ୟକ୍ଷମ ଅଛି। ବୁଟା ସିଂଙ୍କ ସମୟରେ ଏହି ୬ ସିଟ ବାଲା ବିମାନ କରାଯାଇଥିଲା। ଯଦି ସରକାର ନିକଟରେ ଗୋଟିଏ କାର୍ଯ୍ୟକ୍ଷମ ବିମାନ ରହିଛି, ତେବେ କାହିଁକି ଆଉ ଏକ ବିମାନ କିଣାଗଲା? ଆଉ ଏକ ୧୦୦ କୋଟିର ହେଲିକପ୍ଟର ମଧ୍ୟ କିଣାଯାଉଛି। ପୁରୁଣାକୁ ମରାମତି କରିଥିଲେ ସର୍ବାଧିକ ୨ କୋଟି ଟଙ୍କା ଖର୍ଚ୍ଚ ହୋଇଥାନ୍ତା।

ସାମ୍ପ୍ରତିକ ସ୍ଥିତିରେ କୌଣସି ରାଜ୍ୟ ସରକାର ଗୋଟିଏ ଚପର ବା ବିମାନ କିଣିବ ନାହିଁ, ଏମିତିକି ବଜାରଠାରୁ କମ ଲିଜ ବା ଭଡାରେ ହୋଇ ଥାଉ ନା ବର୍ତ୍ତମାନ ନୂଆ ବିମାନ ପାଇଁ ଅଜଥାରେ ଦୁଇ ଜଣ ପାଇଲଟ, ଇଞ୍ଜିନିୟର, ମରାମତି ଆଦି ବହୁ କାମ ପାଇଁ ଖର୍ଚ୍ଚ କରିବ ସରକାର।

ଆଗକୁ ମୋଦି କହିଛନ୍ତି, ଦେଶ ତମାମ ନିଜ ମୁହଁ ଦେଖାଇବାକୁ କି ତେଜସ୍ବୀଙ୍କୁ ଉପହାର ଦେବାକୁ ସେ ଏହି ବିମାନ କଣିଛନ୍ତି ।କାରଣ ଏହାକୁ ଭଡାରେ ଦେଲେ ମଧ୍ୟ ଖର୍ଚ୍ଚ ବାହାରିବ ନାହିଁ। ଗୋଟିଏ ପଟେ ମଦ ମୃତ୍ୟୁ ଘଟଣାରେ ଲୋକଙ୍କୁ ସହାୟତା ରାଶି ଦେବାକୁ ସରକାର ନିକଟରେ ଅର୍ଥ ନ ଥିବା ବେଳେ ବେକାରରେ ଏତେ ଅର୍ଥ ଜେଟ ପାଇଁ ଖର୍ଚ୍ଚ କରାଯାଇଥିବା କହିଛନ୍ତି ବିଜେପି ନେତା।

Leave a Reply

Your email address will not be published. Required fields are marked *