ଅଫିସକୁ ଫେରିଲେ ଝାରଖଣ୍ଡ ମୁଖ୍ୟମନ୍ତ୍ରୀ

Spread the love

ରାଞ୍ଚି: ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଆସ୍ଥା ଭୋଟ ଜିତିବାର ଦୁଇ ଦିନ ପରେ ଅଫିସକୁ ଫେରିଛନ୍ତି। ଗୁରୁବାର ଝାରଖଣ୍ଡ ମନ୍ତ୍ରଣାଳୟକୁ ଫେରି ସୋରେନ କାର୍ଯ୍ୟ ଆରମ୍ଭ କରିଛନ୍ତି। ଅଫିସ ଅଫ ପ୍ରଫିଟକୁ ନେଇ ନିର୍ବାଚନ ଆୟୋଗଙ୍କ ଦ୍ବାରା ତାଙ୍କ ମୁଖ୍ୟମନ୍ତ୍ରୀ ପଦ ରଦ୍ଦ ପାଇଁ ରାଜ୍ୟପାଳଙ୍କୁ ଚିଠି ପରେ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଥିଲା। ହେମନ୍ତ ସୋରେନ ଦିଲ୍ଲୀ ଫର୍ମୁଲା ଆପ୍ଲାଇ କରି ବିଧାନସଭାରେ ଆସ୍ଥା ଭୋଟ କରାଯାଇ ଏଥିରେ ବିଜୟଲାଭ କରିଥିଲେ।

ରାଜ୍ୟରେ ପୁରୁଣା ପେନସନ ଯୋଜନା ଲାଗୁ କରିଥିବାରୁ ପ୍ରଶାସନିକ ସେବା ଅଧିକାରୀମାନେ ଅଫିସରମାନଙ୍କ ପକ୍ଷରୁ  ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ସୋରେନ କହିଛନ୍ତି, ଯେଉଁ ଆସନରେ ମୁଁ ଆଜି ବସିଛି କାଲିକୁ ଏଥିରେ ଆଉ କେହି ବସିବେ। କିନ୍ତୁ ଆମର ଲକ୍ଷ୍ୟ ସରକାରୀ ବ୍ୟବସ୍ଥାକୁ ସଂଗଠିତ କରିବା। ଏହି ଅବସରରେ ତ୍ବରିତ ଫାଇଲ କାର୍ଯ୍ୟ କରିବାକୁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି ସୋରେନ।

କିଛି ଦିନର ଧରପଗଡ, ଘୋଡା ଦୌଡରୁ ନିଜ ବିଧାୟକଙ୍କୁ ବଞ୍ଚାଇବାକୁ ସୋରେନଙ୍କ ଜଳ କ୍ରୀଡା ଶେଷରେ ରଙ୍ଗ ନେଇଛି। ସୋରେନଙ୍କ ସହ ଅନ୍ୟ ମନ୍ତ୍ରୀମାନେ ମଧ୍ୟ ନିଜ ନିଜ ଅଫିସକୁ ଫେରିବା ଆରମ୍ଭ କରିଛନ୍ତି। ସେହିପରି ରାୟପୁର ଓ ରାଞ୍ଚ ହୋଟେଲରେ ଥିବା ବିଧାୟକମାନେ ସେମାନଙ୍କ ଅଞ୍ଚଳକୁ ଫେରିଛନ୍ତି।

Leave a Reply

Your email address will not be published. Required fields are marked *