ମୋଦିଙ୍କୁ ଟକ୍କର ଦେବାକୁ କେସିଆରଙ୍କ ପ୍ରସ୍ତୁତି

Spread the love

ହାଇଦ୍ରାବାଦ: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ ମିଶନ-୨୦୨୪ ପାଇଁ ପୂର୍ଣ୍ଣ ରୂପେ ପ୍ରସ୍ତୁତ ହୋଇଛନ୍ତି। ଏଥିପାଇଁ କେସିଆର ନିଜ ଦଳ ଟିଆରଏସର ନାମ ବଦଳାଇ ଦେଇଛନ୍ତି। ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ନିଜ ଆଞ୍ଚଳିକ ଦଳକୁ ଜାତୀୟ ଦଳରେ ମଧ୍ୟ ରୂପାନ୍ତରିତ କରିଛନ୍ତି। ଏବେ କେସିଆରଙ୍କ ଦଳ ନାମ ବଦଳା ଯାଇ କରାଯାଇଛି ଭାରତ ରାଷ୍ଟ୍ର ସମିତି ବା ବିଆରଏସ।

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ (କେସିଆର)ଙ୍କ ନଜର ୨୦୨୪ରେ ହେବାକୁ ଥିବା ଲୋକସଭା ନିର୍ବାଚନ ଉପରେ। ଟିଆରଏସ ଅଧ୍ୟକ୍ଷ ବିଜୟା ଦଶମୀ ଅବସରରେ ନିଜ ଦଳ ତେଲେଙ୍ଗାନା ରାଷ୍ଟ୍ର ସମିତିକୁ ବଦଳାଇ ଭାରତ ରାଷ୍ଟ୍ର ସମିତି ଘୋଷଣା କରିଛନ୍ତି। ରାଷ୍ଟ୍ରୀୟ ଦଳର ବୁନିୟାଦକୁ ରଖି କେସିଆରଙ୍କ ତେଲେଙ୍ଗାନାରେ ଚଳାଇଥିବା ନିଜର ଯୋଜନାଗୁଡିକୁ ସାରା ଦେଶରେ ଲୋକଙ୍କ ସମ୍ମୁଖରେ ରଖିବାର ରଣନୀତି ରଖିଛନ୍ତି।

ଏମିତିରେ ତାଙ୍କର ଦୁଇ ଯୋଜନା ଯାହା ରାଷ୍ଟ୍ରୀୟ ରାଜନୀତିରେ ତାଙ୍କ ପାଇଁ ରାଜନୈତିକ ଚମତ୍କାର ହୋଇପାରେ। ଜାତୀୟ ରାଜନୀତିରେ ନିଜ ଯୋଜନା ମାଧ୍ୟମରେ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ମୁଖରେ ନିଜକୁ ଏକ ମଜଭୁତ ବିକଳ୍ପ କରିବା ଦିଗରେ ଅଗ୍ରସର ହେଉଛନ୍ତି। ସେଥିପାଇଁ ସେ ତେଲେଙ୍ଗାନାରେ ଚାଲିଥିବା ରାୟଥୁ ବନ୍ଧୁ ଓ ଦଳିତ ବନ୍ଧୁ ଯୋଜନାକୁ ବିଜେପି ବିରୋଧରେ ଏକ ହତିଆର ଭାବେ ବ୍ୟବହାର କରିବାକୁ ଗୋଟି ଚଳାଇଛନ୍ତି। ଏହି ଦୁଇଟି ଏମିତି ଯୋଜନା, ଯାହା ତେଲେଙ୍ଗାନାରେ କେସିଆରଙ୍କ ରାଜନୀତିକୁ ପକ୍କା କରିପାରିଛି।

କେସିଆରଙ୍କ ରାୟଥୁ ବନ୍ଧୁ ହେଉଛି କୃଷକଙ୍କ ପାଇଁ ଉଦ୍ଦିଷ୍ଟ ଯୋଜନା। ଏହି ଯୋଜନାରେ ଚାଷ ପୂର୍ବରୁ ଚାଷୀଙ୍କୁ ଏକର ପିଛା ୪ ହଜାର ଟଙ୍କା ପ୍ରଦାନ କରାଯାଇଥାଏ। ଏହି ପରି ବାର୍ଷିକ ଦୁଇ ଥର କରି ୮ହଜାର ଟଙ୍କା ଏକର ପିଛା କେସିଆର ସରକାର ଦେଇଥାଏ। ଏଥିରେ ଚାଷୀ ବିହନ, ସାର, କୀଟନାଶକ ଆଦି କିଣିବାରେ ଉପଯୋଗ କରିଥାଏ।

ସେହିପରି ଦଳିତ ବନ୍ଧୁ ଯୋଜନାରେ ଦଳିତ ସମୁଦାୟଙ୍କୁ ଆତ୍ମନିର୍ଭର କରାଯାଉଛି। ଦଳିତ ପରିବାରକୁ କୌଣସି ବ୍ୟବସାୟ  କରିବାକୁ କୌଣସି ବି ବ୍ୟାଙ୍କରୁ ୧୦ ଲକ୍ଷ ଟଙ୍କାର ସହାୟତା ମିଳିଥାଏ। ଏହି ରାଶି ସିଧା ଲାଭାର୍ଥୀଙ୍କ ବ୍ୟାଙ୍କ ଖାତାକୁ ପଠାଯାଇଥାଏ। ସେଥିରେ ଦଳିତ ଆର୍ଥିକ ସଶକ୍ତ ହେବା ସହ ଆତ୍ମନିର୍ଭରଶୀଳ ହୋଇଥାନ୍ତି। ଏହି ଯୋଜନାରେ ରାଜ୍ୟର ଦଳିତ ବର୍ଗ ବହୁଳଭାବେ ଉପକୃତ ହେଉଛନ୍ତି।

Leave a Reply

Your email address will not be published. Required fields are marked *