ଦିଲ୍ଲୀରେ ଅପରେସନ ଲୋଟସ ଫେଲ: କେଜରିୱାଲ

Spread the love

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭାରେ ଅରବିନ୍ଦ କେଜରିୱାଲ  ଦ୍ବାରା ଆଗତ ବିଶ୍ବାସ ପ୍ରସ୍ତାବ ପାସ ହୋଇଯାଇଛି। ପ୍ରସ୍ତାବ ସପକ୍ଷରେ ୫୮ ଭୋଟ ହୋଇଥିବା ବେଳେ ପ୍ରସ୍ତାବ ବିପକ୍ଷରେ କୌଣସି ଭୋଟ ଯାଇନାହିଁ। ଏହା ପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କହିଛନ୍ତି କି, ଦିଲ୍ଲୀରେ ଅପରେସନ ଲୋଟସ ବିଫଳ।

କେଜରିୱାଲ କହିଛନ୍ତି କି, ଦେଶରେ ପ୍ରାୟ ୮-୧୦ ସରକାର ବିଜେପି ନଜରରେ ରହିଛି। ସେମାନେ ବିଧାୟକଙ୍କୁ କିଣିବାକୁ ୨୦ରୁ ୫୦ କୋଟି ପର୍ଯ୍ୟନ୍ତ ଅଫର ଦେଉଥିବା ଅଭିଯୋଗ କରିଛନ୍ତି କେଜରିୱାଲ। ହେଲେ ଦିଲ୍ଲୀରେ ଜଣେ ବି ବିଧାୟକଙ୍କୁ କିଣିବା ସମ୍ଭବ ହୋଇନି ପଦ୍ମ ଦଳିଆଙ୍କ ପାଇଁ ବୋଲି ସେ କହିଛନ୍ତି। ଆମ ନିକଟରେ ୬୨ ବିଧାୟକ ରହିଛନ୍ତି। ଦୁଇଜଣ ବିଦେଶରେ ଥିବା ବେଳେ ଜଣେ ଜେଲରେ ଓ ଅନ୍ୟ ଜଣେ ସଦନର ଅଧ୍ୟକ୍ଷ। ଆମ ସପକ୍ଷରେ ୫୮ ଭୋଟ ଯାଇଛି।

ଏହି ଅବସରରେ ସେ ସଙ୍ଗମ ବିହାରର ଏକତରଫା ପ୍ରେମ ମାମଲାରେ ଚିନ୍ତା ବ୍ୟକ୍ତ କରିଛନ୍ତି। ପୀଡିତାର ଚିକିତ୍ସା ପାଇଁ ସବୁ ପ୍ରକାରର ସୁବିଧା ସୁଯୋଗ ଯୋଗାଇ ଦେବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଓ ଏଲଜିଙ୍କୁ ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ଉଚିତ ପଦକ୍ଷେପ ନେବାକୁ ଅପିଲ କରିଛନ୍ତି କେଜରିୱାଲ।

Leave a Reply

Your email address will not be published. Required fields are marked *