ନୂଆଦିଲ୍ଲୀ: ଦିଲ୍ଲୀ ନଗର ନିଗମ ନିର୍ବାଚନ ଯେତିକି ପାଖଉଛି ବିଜେପି ଓ ଆପ ପରସ୍ପର ଉପରେ କାଦୁଅ ଫିଙ୍ଗା ସେତିକି ତୀବ୍ର ହେଉଛି। ଶନିବାର ଦିନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ପ୍ରେସମିଟ କରି ବିଜେପିକୁ ଟାର୍ଗେଟ କରିଛନ୍ତି। କେଜରିୱାଲ ଗୌତମ ବୁଦ୍ଧଙ୍କ ପିଲା ଦିନେ ତୀର ବିଦ୍ଧ ହଂସର କାହାଣୀ କହିବା ସହ ସିଦ୍ଧାର୍ଥ ଗୌତମ ଓ ତାଙ୍କ ଭାଇଙ୍କ ଭିତରେ ଆହତ ହଂସକୁ ନେଇ ଆରମ୍ଭ ହୋଇଥିବା ବିବାଦ କାହାଣୀ ଉଲ୍ଲେଖ କରିବା ସହ କହିଛନ୍ତି, ଆଜି ଦିଲ୍ଲୀରେ ସେହିପରି ସ୍ଥିତି। ଏଲଜି ସାହବ ଓ ବିଜେପି ପ୍ରତିଦିନ ତୀର ଉପରେ ତୀର ମାରିଚାଲିଛନ୍ତି ଦିଲ୍ଲୀ ବାସିଙ୍କ ଉପରେ। ଆମେ ସେମାନଙ୍କ ଉପରେ ମଲମ ଲଗାଉଛୁ ଓ ମୁଁ ସେମନାଙ୍କ ପରିବାର ପରି ସେମାନଙ୍କୁ ସହାୟତା କରିବାକୁ ଚେଷ୍ଟା କରୁଛି।
ଲୋକଙ୍କ ପାଇଁ ଯୋଗ କ୍ଲାସ ଆରମ୍ଭ ହୋଇଥିଲାକ କିନ୍ତୁ ଯୋଗ ଶିକ୍ଷକଙ୍କୁ ଦରମା ଦିଆଗଲା ନାହିଁ। କ୍ଲାସ ବନ୍ଦ କରାଗଲା। କିନ୍ତୁ ପରେ ଲୋକମାନେ ଫୋନ କରି, ମେସେଜ କରି ନିଜେ ଟଙ୍କା ଦେଇ ଯୋଗ କ୍ଲାସ ଆରମ୍ଭ କରିବାକୁ ଅନୁରୋଧ କରୁଛନ୍ତି। କିଛି ଲୋକ ଯୋଗ କ୍ଲାସର ଖର୍ଚ୍ଚ ଏକା ବହନ କରିବାକୁ ମଧ୍ୟ ଆଗ୍ରହୀ ଥିବା କହୁଛନ୍ତି।
ତେଣୁ ଏକ ହ୍ବାଟସ୍ଆପ ନମ୍ବର ଜାରି କରି କହିଛନ୍ତି କି, ଯେଉଁମାନେ ଜଣେ କି ଦୁଇ ଜଣ ଯୋଗ ଶିକ୍ଷକଙ୍କ ଦରମା ଦେଇପାରିବେ ଏହି ନମ୍ବରରେ ସୂଚିତ କରନ୍ତୁ। ପ୍ରତି ଶିକ୍ଷକ ପିଛା ଅତି କମରେ ୧୫ ହଜାର ଟଙ୍କା ଧରି ନିଜ ମତ ଦେବାକୁ କେଜରିୱାଲ ଆହ୍ବାନ ଦେଇଛନ୍ତି।
Naxatra News is now on Whatsapp
Join and get latest news update delivered to you via whatsapp
Join Now