ପବନ ଖେଡାଙ୍କୁ ସୁପ୍ରିମକୋର୍ଟରୁ ଆଶ୍ବସ୍ତି

Spread the love

ନୂଆଦିଲ୍ଲୀ: କଂଗ୍ରେସ ନେତା ପବନ ଖେଡାଙ୍କୁ ସୁପ୍ରିମକୋର୍ଟରୁ ବଡ ଆଶ୍ବସ୍ତି। କୋର୍ଟ ଖେଡାଙ୍କ ଅନ୍ତରୀଣ ଜାମିନ ଯାଚିକାକୁ ମଞ୍ଜୁରୀ ଦେଇ ଆସାମ ଓ ୟୁପି ପୁଲିସ ଏଫଆଇଆରକୁ ଏକାଠି କରିବାକୁ ନୋଟି କରିଛନ୍ତି। ଆଜି ଆସାମ ପୁଲିସ ଖେଡାକୁ ଗିରଫ କରିବାର କିଛି ସମୟ ମଧ୍ୟରେ ସର୍ବୋଚ୍ଚ ନ୍ୟାୟାଳୟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି। ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି କି, ଆଗାମୀ ତାରିଖ ପର୍ଯ୍ୟନ୍ତ ଯାଚିକାକର୍ତ୍ତାଙ୍କୁ ଦ୍ବାରକା କୋର୍ଟରୁ ଅନ୍ତରୀଣ ଜାମିନ ଉପରେ ଛଡାଯିବ। ଏଥିସହ କୋର୍ଟ ଦ୍ବାରକା କୋର୍ଟଙ୍କୁ ଖେଡାଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିବାକୁ ଦେଇଛନ୍ତି ନିର୍ଦ୍ଦେଶ।

ସୂଚନାଯୋଗ୍ୟ, ଖେଡାଙ୍କ ନାମରେ ଆସାମ ହସାଓ ଜିଲ୍ଲାର ହାଫଲୋଙ୍ଗ ଥାନାରେ ଏକ ମାମଲା ଦାୟର ହୋଇଛି। ଏନେଇ ଦିଲ୍ଲୀ ପୁଲିସର ସହଯୋଗ ଲୋଡିଥିଲା ଆସାମ ପୁଲିସ। ଏସମ୍ପର୍କରେ ଆସାମ ଆଇଜିପି ପ୍ରଶାନ୍ତ କୁମାର ଭୁୟନ ସୂଚନା ଦେଇ କହିଥିଲେ କି,  ଆମେ ଦିଲ୍ଲୀ ପୁଲିସକୁ ଖେଡାଙ୍କୁ ଗିରଫ କରିବାକୁ ଅନୁରୋଧ କରିଛୁ। ଦିଲ୍ଲୀ କୋର୍ଟରୁ ଅନୁମତି ମିଳିବା ପରେ ଖେଡାଙ୍କୁ ଆସାମ ଅଣାଯିବ ବୋଲି ଆଇଜି କହିଥିଲେ। ତେଣୁ କଂଗ୍ରେସ ଅଧିବେଶନ ପାଇଁ ଖେଡା ରାୟପୁର ଅଭିମୁଖେ ଅନ୍ୟ କଂଗ୍ରେସ ନେତାଙ୍କ ସହ ଯାଉଥିବା ବେଳେ ଦିଲ୍ଲୀ ପୁଲିସ ଖେଡାଙ୍କୁ ଦିଲ୍ଲୀ ଏୟାରପୋର୍ଟରୁ ନିଜ ହାଜତକୁ ନେଇଥିଲା। ଯାହାକୁ ନେଇ କଂଗ୍ରେସ ନେତା ବିମାନବନ୍ଦରରେ ଧାରଣାରେ ବସିବା ସହ ଆସାମ ମୁଖ୍ୟମନ୍ତ୍ରୀଙ୍କୁ ବିଜେପିର ବିଶ୍ବାସଭାଜନ ହେବାକୁ ଏପରି କରିଥିବା ଅଭିଯୋଗ ଆଣିଥିଲେ।

କୁହାଯାଉଛି କି, କିଛି ଦିନ ତଳେ ଖେଡା ଆଦାନୀ ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପିତାଙ୍କ ଉପରେ ଆପତ୍ତିଜନକ ଟିପ୍ପଣୀ ଦେଇଥିଲେ। ପବନ ଖେଡା ଏକ ପ୍ରେସ କନଫେରେନ୍ସରେ ଆଦାନୀ ମାମଲାରେ କାହିଁ ଆପଣ ଦୌଡୁଛନ୍ତି? କାହିଁ ଜେପିସି ତଦନ୍ତକୁ ଡରୁଛନ୍ତି? ଅଟଳବିହାରୀ ଜେପିସି ବସାଇପାରନ୍ତି ତ ନରେନ୍ଦ୍ର ଗୌତମ ଦାସ, ସରି ଦାମୋଦର ଦାସ ମୋଦି କାହିଁ ସମସ୍ୟାରେ ବୋଲି କହିଥିଲେ ଖେଡା। ଏହା ଉପରେ ସେଠାରେ ଉପସ୍ଥିତ ଲୋକେ ପଚାରିଥିଲେ ଗୌତମ ଦାସ ନା ଦାମୋଦର ଦାସ? ଖେଡା କହିଥିଲେ ନାମ ତ ଦାମୋଦର ଦାସ, କିନ୍ତୁ କାମ ଗୌତମ ଦାସ। ଏଥିସହ ଖେଡା ହସିଉଠିଥିଲେ।  ଯାହାକୁ ନେଇ ବିଜେପି ନେତାମାନେ ଖେଡାଙ୍କୁ ସମାଲୋଚନା କରିଥିଲେ। ଖେଡାଙ୍କ ବିରୋଧରେ ଲକ୍ଷ୍ନୌ ଓ ବାରାଣସୀରେ ମଧ୍ୟ ମାମଲା ଦାୟର ହୋଇଥିଲା।

Leave a Reply

Your email address will not be published. Required fields are marked *