ଦେଶବାସୀଙ୍କୁ ବିଦାୟୀ ରାଷ୍ଟ୍ରପତି ରାମନାଥ କୋଭିନ୍ଦଙ୍କ ସମ୍ବର୍ଦ୍ଧନା

Spread the love

ନୂଆଦିଲ୍ଲୀ: ବିଦାୟୀ ରାଷ୍ଟ୍ରପତି ରାମନାଥ କୋଭିନ୍ଦଙ୍କ ଆଜି ସରିଛି କାର୍ଯ୍ୟକାଳ। ଆସନ୍ତା କାଲି ନବ ନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନେବେ ଶପଥ। ଏହା ପୂର୍ବରୁ ଆଜି ସଂଧ୍ୟାରେ ଦେଶବାସୀଙ୍କୁ ବିଦାୟ ସମ୍ବର୍ଦ୍ଧନା ଦେଇଛନ୍ତି ରାଷ୍ଟ୍ରପତି କୋଭିନ୍ଦ। ତାଙ୍କ ପ୍ରତି ସମସ୍ତଙ୍କ ଅଖଣ୍ଡ ଭରସା ପାଇଁ ସେ ଦେଶର ସର୍ବୋଚ୍ଚ ପଦରେ ଆସିନ୍ନ ହୋଇପାରିଥିବାରୁ ସେ ସମସ୍ତଙ୍କ ନିକଟରେ କୃତଜ୍ଞତା ଜଣାଇଛନ୍ତି।

ସରିଛି କାର୍ଯ୍ୟକାଳ। ବିଦାୟକାଳୀନ ସମ୍ବର୍ଦ୍ଧନା କାଳରେ ବିଦାୟୀ ରାଷ୍ଟ୍ରପତି ରାମନାଥ କୋଭିନ୍ଦ ହୋଇପଡିଥିଲେ ଭାବ ପ୍ରବଣ। ଦେଶବାସୀଙ୍କୁ ବିଗତ ୫ ବର୍ଷର ଅନୁଭୂତି ବର୍ଣ୍ଣନା କରିବା ବେଳେ ସେ ତାଙ୍କ ପ୍ରତି ଦେଖାଇଥିବା ଭରସା ପାଇଁ କୃତଜ୍ଞତା ଜଣାଇଥିଲେ। ତାଙ୍କ ଉଦବୋଧନରେ ସେ କହିଛନ୍ତି କି, କାନପୁରର ଦେହାତ ଜିଲ୍ଲାର ପରୋଖ ଗାଁର ଏକ ସାଧାରଣ ପରିବାରରେ ପ୍ରତିପାଳିତ ହୋଇଥିବା ସାଧାରଣ ମଣିଷଟି ଆଜି  ସାରା ଦେଶବାସୀଙ୍କୁ ସଂବୋଧିତ କରୁଛି। ଏଥିପାଇଁ ମୁ ଦେଶର ଜୀବନ୍ତ  ଲୋକତାନ୍ତ୍ରିକ ବ୍ୟବସ୍ଥାକୁ ଶତ ଶତ  ପ୍ରଣାମ ଜଣାଉଛି।  ଦେଶବାସୀ ଓ ନିର୍ବାଚିତ ପ୍ରତିନିଧିଙ୍କୁ ହାର୍ଦ୍ଦିକ କୃତଜ୍ଞତା ଜଣାଉଛି। ଏହି ଅବସରରେ ସେ ଦେଶରଯୁବ ବର୍ଗଙ୍କୁ ନିଜ ଗାଁ ବିଦ୍ୟାଳୟ, ଶିକ୍ଷକଙ୍କ ସହ ସବୁଦିନ ସମ୍ପର୍କରେ ରହିବାକୁ ଅନୁରୋଧ କରିଥିଲେ। ସେ ତାଙ୍କ ଅଭିଭାଷଣରେ ନବନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇବା ସହ ଜଣେ ଅନୁସୂଚିତ ଜାତିର ମହିଳା ଦେଶର ପ୍ରଥମ ନାଗରିକ ହେବା ଗଣତନ୍ତ୍ର ବ୍ୟବସ୍ଥାକୁ ଦର୍ଶାଉଛି ବୋଲି କୋଭିନ୍ଦ କହିଛନ୍ତି।

Leave a Reply

Your email address will not be published. Required fields are marked *