କୁଶୱାହା ଗଢିଲେ ନୂଆ ଦଳ

Spread the love

ପାଟନା: ବିହାର ରାଜନୀତିରେ ହେବାକୁ ଯାଉଛି ବଡଧରଣର ପରିବର୍ତ୍ତନ। ଜେଡିୟୁ ସଂସଦୀୟ ବୋର୍ଡର ଅଧ୍ୟକ୍ଷ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଉପେନ୍ଦ୍ର କୁଶୱାହା ସୋମବାରରୁ ନୂଆ ରାଜନୈତିକ ପାଳି ଆରମ୍ଭ କରିଛନ୍ତି। ସେ ପୂର୍ବରୁ ଜେଡିୟୁ ଛାଡିବାର ବିଧିବଦ୍ଧ ଘୋଷଣା କରିସାରିଥିବା ବେଳେ ନିଜର ଏକ ଦଳ ରାଷ୍ଟ୍ରୀୟ ଲୋକ ଜନତା ଦଳ ଗଠନ କରିଛନ୍ତି।ଏହା ପୂର୍ବରୁ କୁଶୱାହା ପାଟନାରେ ନିଜ ସମର୍ଥକମାନଙ୍କୁ ବୈଠକରେ ଡକାଇଛନ୍ତି। ଯେଉଁଥିରେ ବିଭିନ୍ନ ଜିଲ୍ଲାରୁ ଜେଡିୟୁ ନେତା କର୍ମକର୍ତ୍ତା ସାମିଲ ହୋଇଛନ୍ତି।

କୁଶୱାହା ଏକ ପ୍ରେସମିଟରେ କହିଛନ୍ତି କି, ନୀତିଶ କୁମାରଙ୍କ ଦଳକୁ ଏପର୍ଯ୍ୟନ୍ତ ଆଣିଥିଲେ। କିନ୍ତୁ ଯାତ୍ରାର ଏମିତି ହେବା ଠିକ ନୁହେଁ। ୨୦୨୦ରେ  ଯେଉଁ ବିଧାନସଭା ନିର୍ବାଚନ ହୋଇଥିଲା, ଏହା ପରେ ଜନାଦେଶକୁ ଦୃଷ୍ଟିରେ ରଖି ଆମେ ସେମାନଙ୍କ ସହ ଆସିଥିଲୁ। କିନ୍ତୁ ବର୍ତ୍ତମାନ ସେ ନିଜ ମନମୁତାବକ କାମ କରୁଛନ୍ତି, ବରଂ ନିଜ ନିକଟତର ଲୋକଙ୍କ ଅନୁଯାୟୀ କାମ କରୁଛନ୍ତି। ତେଣୁ ନିଜ କ୍ଷମତା ଅନୁଯାୟୀ କାମ କରିବାକୁ ଅସମର୍ଥ।

କୁଶୱାହା ଆହୁରି କହିଛନ୍ତି, ଆଜିଠାରୁ ନୂଆ ଏକ ରାଜନୈତିକ ପାଳିର ଆରମ୍ଭ କରୁଛନ୍ତି। କିଛି ଜଣଙ୍କୁ ଛାଡିଲେ ଜେଡିୟୁରେ ସମସ୍ତେ ଚିନ୍ତିତ।

Leave a Reply

Your email address will not be published. Required fields are marked *