ଲାଲୁ ଯାଦବ ଆରଜେଡିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ନାମାଙ୍କନ ଦାଖଲ କରିଛନ୍ତି। ପତ୍ନୀ ରାବ୍ରି ଦେବୀ, ଝିଅ ମିସା ଭାରତୀ ଓ ସାନ ପୁଅ ତେଜସ୍ୱୀ ଯାଦବଙ୍କ ସହ ପାର୍ଟି ଅଫିସରେ ପହଞ୍ଚି ନିର୍ବାଚନ ଅଧିକାରୀ ରାମଚନ୍ଦ୍ର ପୂର୍ବେଙ୍କୁ ନିଜର ନାମାଙ୍କନ ପତ୍ର ଦେଇଛନ୍ତି। ମଙ୍ଗଳବାର ନାମାଙ୍କନ ପତ୍ରର ଯାଞ୍ଚ ହେବ। ଯଦିଓ ଲାଲୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବା ପୁରା ପକ୍କା। କେବଳ ଔପଚାରିକତା ବାକି। ଘୋଷଣା ଜୁଲାଇ ୫ରେ ହେବ। ଲାଲୁ ନାମାଙ୍କନ ଭରିବା ପରେ ତେଜସ୍ୱୀ କହିଛନ୍ତି, ଲାଲୁଙ୍କ ଦିଗଦର୍ଶନ ଓ ନେତୃତ୍ୱ ଦଳକୁ ଅଧିକ ମଜଭୁତ କରିବ। ବିହାର ନିର୍ବାଚନରେ ବଡ଼ ଜିତ୍ ମିଳିବ। ସେପଟେ ଲାଲୁଙ୍କ ଆରଜେଡି ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ପାଇଁ ଏଭଳି ନାମାଙ୍କନ ଭରିବା ନେଇ ଜେଡିୟୁ କଡ଼ା ସମାଲୋଚନା କରିଛି। ଦଳର ମୁଖ୍ୟ ମୁଖପାତ୍ର ନୀରଜ କୁମାର କହିଛନ୍ତି, ଜଣେ ସଜା କାଟିଥିବା ବ୍ୟକ୍ତି ପଞ୍ଜୀକୃତ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବା ନବମ ଆଶ୍ଚର୍ଯ୍ୟ ଅଟେ। ଆରଜେଡି କହିଲେ, ଲାଲୁ ଯାଦବଙ୍କ ପରିବାରକୁ ବୁଝାଏ। ସେ ଜେଲରେ ରୁହନ୍ତୁ ଅବା ନଜରବନ୍ଦୀ। ଲାଲୁ ହିଁ ରାଷ୍ଟ୍ରୀୟ ଅଧ୍ୟକ୍ଷ ରହିବେ। ଏମିତିରେ ଲାଲୁ ନିର୍ବାଚନ ଲଢ଼ିପାରିବେନି। ରାଜନୈତିକ ରୂପରେ ସେ ନଜରବନ୍ଦୀ, ରୋଗଗ୍ରସ୍ତ ବି। ଲାଲୁ ଥାଉ ଥାଉ କୌଣସି ଦଳିତ, ପଛୁଆ କି ସଂଖ୍ୟାଲଘୁରୁ କେହି ଏହି ପଦ ପାଇଁ ଦାବିଦାର ସାଜିପାରିବେନି। ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ଲାଲୁ ଯାଦବ ନଚେତ ତାଙ୍କ ପରିବାର ଲାଗି ସଂରକ୍ଷିତ। ବିଜେପି ନେତା ତଥା ଉପ-ମୁଖ୍ୟମନ୍ତ୍ରୀ ବିଜୟ ସିହ୍ନା କହିଛନ୍ତି, ଆରଜେଡିରେ ଜଣେ ବି କଳଙ୍କବିହୀନ, ଭ୍ରଷ୍ଟାଚାରମୁକ୍ତ ନେତା ନାହାନ୍ତି। ଲାଲୁଙ୍କୁ ଏଥର ଏହି ପଦରେ ବସାଇବା ପରେ ଆରଜେଡିର ପତ୍ତନ ନିଶ୍ଚିତ। ଜନସୁରାଜ ଦଳର ନେତା ପ୍ରଶାନ୍ତ କିଶୋର କହିଛନ୍ତି, ଲାଲୁ ଯାଦବଙ୍କ ଦଳ ମାନେ ସେ ହିଁ ତ ଅଧ୍ୟକ୍ଷ ହେବେ। ଯେପର୍ଯ୍ୟନ୍ତ ଲାଲୁ ଅଛନ୍ତି, ସେ ହିଁ ହେବେ। ତାଙ୍କ ପରେ ତେଜସ୍ୱୀଙ୍କୁ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ କରାଯିବ। ପରିବାର ବାହାରୁ ଆଉ କୌଣସି ବ୍ୟକ୍ତିକୁ କରିବାର ପ୍ରଶ୍ନ ଉଠୁନି ବୋଲି ସମାଲୋଚନା କରିଛନ୍ତି ପ୍ରଶାନ୍ତ। ୨୮ ବର୍ଷ ଧରି ଲାଲୁ ଲଗାତାର ଏହି ପଦରେ ଅଛନ୍ତି। ଲାଲୁ ଏ ପର୍ଯ୍ୟନ୍ତ ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ୧୨ଟି କାର୍ଯ୍ୟକାଳ ପୁରା କରିଛନ୍ତି।

Naxatra News is now on Whatsapp
Join and get latest news update delivered to you via whatsapp
Join Now