ଆପୋଷ ବୁଝାମଣାରେ ମହାନଦୀ ଜଳ ବିବାଦର ସମାଧାନ ହୋଇପାରିବ : ଛତିଶଗଡ଼ ଉପମୁଖ୍ୟମନ୍ତ୍ରୀ

Spread the love

ରାୟପୁର/ଭୁବନେଶ୍ୱର : ଉଭୟ ରାଜ୍ୟ ଚାହିଁଲେ ଆପୋଷ ବୁଝାମଣା ମାଧ୍ୟମରେ ମହାନଦୀ ଜଳ ବିବାଦର ସମାଧାନ ହୋଇପାରିବ । ମହାନଦୀକୁ ନେଇ ଓଡିଶା ଓ ଛତିଶଗଡ ମଧ୍ୟରେ ଲାଗି ରହିଥିବା ବିବାଦ ପ୍ରସଙ୍ଗରେ ଛତିଶଗଡ଼ ଉପମୁଖ୍ୟମନ୍ତ୍ରୀ ଟି.ଏସ ସିଂଦେଓ ଏହି ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଉଭୟ ରାଜ୍ୟ ମଧ୍ୟରେ ସମନ୍ୱୟ ଅଭାବରୁ ଏପରି ପରିସ୍ଥିତି ଦେଖାଯାଇଛି । ଯେଉଁଥିପାଇଁ ମାମଲା ଟ୍ରିବ୍ୟୁନାଲକୁ ଯାଇଛି ।

ଶ୍ରୀ ସିଂହଦେଓ କହିଛନ୍ତି ଯେ, କାବେରୀ ନଦୀକୁ ନେଇ କର୍ଣ୍ଣାଟକ ଓ ତାମିଲନାଡୁର ବି ସମାନ ସ୍ଥିତି ରହିଛି । କୌଣସି ରାଜ୍ୟ ନିଜ ହିତରୁ ବାହାରେ କାର୍ଯ୍ୟ କରିପାରିବେ ନାହିଁ । ଉଭୟ ବସି ରାଜ୍ୟର ସ୍ୱାର୍ଥ କଥା ଆଲୋଚନା କରି ସମାଧାନ କରିବାର ଆବଶ୍ୟକତା ଅଛି । ଛତିଶଗଡ଼ରୁ ପାଣି ଆସୁଛି ଓ ଓଡିଶା ମଧ୍ୟରେ ପ୍ରବାହିତ ହେଉଛି । ଉଭୟଙ୍କର ପାଣି ଉପରେ ଅଧିକାର ଅଛି । ଆପୋଷ ଆଲୋଚନା ମାଧ୍ୟମରେ ସବୁକିଛି ସମ୍ଭବ । ଉଭୟଙ୍କୁ ବେଳେବେଳେ ଏକାଠି ହେବାରେ ଏକ ଅସୁବିଧା ହେଉଛି, ଯେଉଁଥିପାଇଁ ଟ୍ରିବ୍ୟୁନାଲରେ ମାମଲା ରହିଛି । ବିଭିନ୍ନ ରାଜନୈତିକ ଦଳ ରହିଛନ୍ତି । ଖୋଲା ମନରେ ରାଜ୍ୟର ସ୍ୱାର୍ଥ ଦୃଷ୍ଟିରୁ ଉଭୟ ରାଜ୍ୟର ଅଧିକାରୀମାନେ ଆଲୋଚନା କଲେ ସମାଧାନର ସୂତ୍ର ବାହାରି ପାରିବ ।

Leave a Reply

Your email address will not be published. Required fields are marked *