ଏମଭିଏର୧୨ ବିଧାନପରିଷଦ ସଦସ୍ୟଙ୍କ ତାଲିକା ରଦ୍ଦ କରିବେ ସିନ୍ଧେ

Spread the love

ମୁମ୍ବାଇ: ମୁମ୍ବାଇ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ମଧ୍ୟରେ ଏବେ ବି ଲଢେଇ ଜାରି ରହିଛି। ମୁଖ୍ୟମନ୍ତ୍ରୀ ରାଜ୍ୟପାଳ ଭଗତସିଂହ କୋଶ୍ୟାରୀଙ୍କୁ ପତ୍ର ଲେଖି  ମହାରାଷ୍ଟ୍ର ବିକାଶ ଅଘାଡି ବା ଏମଭିଏ ସରକାର ଦ୍ବାରା ଦିଆଯାଇଥିବା ୧୨ ବିଧାନପରିଷଦ ସଦସ୍ୟଙ୍କ ତାଲିକା ରଦ୍ଦ କରିବାକୁ ଅନୁରୋଧ କରିଛନ୍ତି।

ସୂତ୍ରରୁ ପ୍ରକାଶ, ଏମବିଏ ଗଠବନ୍ଧନ ସରକାରଙ୍କ ପକ୍ଷରୁ ଉପଲବ୍ଧ କରାଯାଇଥିବା ନାଗୁଡିକୁ ସୂଚୀରୁ ଫେରାଇ ନିଆଯାଇଛି। ଖୁବ ଶୀଘ୍ର ସିନ୍ଧେ ନୂଆ ବିଧାନପରିଷଦର ନୂଆ ସୂଚୀ ଦେବେ। ଗତ ସରକାର ଏମଭିଏରୁ ୧୨ ଜଣଙ୍କ ନାମ ବିଧାନପରିଷଦ ପାଇଁ ତାଲି ଦିଆଯାଇଥିଲା, ଯେଉଁମାନଙ୍କୁ ରାଜ୍ୟପାଳ କୋଟା ଅନ୍ତର୍ଗତ ବିଧାନପରିଷଦରେ ନାମିତ କରାଯିବାର ଥିଲା। କିନ୍ତୁ ଏହା ମଧ୍ୟରେ ଦୁଇ ବର୍ଷ ବିତି ଯାଇଥିଲେ ମଧ୍ୟ ରାଜ୍ୟପାଳ କୌଣସି ନିଷ୍ପତ୍ତି ନେଇ ନ ଥିଲେ।  

ଶିବସେନାର ଏକନାଥ ଗୋଷ୍ଠୀ ଓ ଉଦ୍ଧବ ଗୋଷ୍ଠୀ ମଧ୍ୟରେ ଚାଲିଥିବା ଟଣାଓଟରା ଜାରି ରହିଛି। ଗତ ମାସରେ ବାର୍ଷିକ ଦଶହରା ରାଲି ପାଇଁ ଅନୁମତି ମଗାଯାଇଥିବା ବେଳେ ଏକନାଥ ଗୋଷ୍ଠୀର ପ୍ରବକ୍ତା ନରେଶ ମହାସ୍କେ କହିଥିଲେ କି, ଠାକରେ ମାନେ ବାଲା ସାହେବଙ୍କ ନୀତି, ଆଦର୍ଶକୁ ଭୁଲି ଯାଇଛନ୍ତି, ତେଣୁ ସେମାନଙ୍କୁ ବାର୍ଷିକ ରାଲି କରିବାର ଅଧିକାର ନାହିଁ।

ଶିବସେନାର ବାର୍ଷିକ ଦଶହରା ରାଲି ରାଜ୍ୟର ପ୍ରମୁଖ ରାଜନୈତିକ କାର୍ଯ୍ୟକ୍ରମ ମଧ୍ୟରୁ ଗୋଟିଏ। ତେବେ ଏହାକୁ ନେଇ ପୂର୍ବରୁ ଉଦ୍ଧବ ଠାକରେ କହିଥିଲେ କି, ତାଙ୍କ ଦଳ ବାର୍ଷିକ ରାଲି କରିବ। ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ କହିଥିଲେ କି, ଶିବସୈନିକମାନେ ରାଜ୍ୟର ବିଭିନ୍ନ ସ୍ଥାନରେ ଶିବାଜୀ ପାର୍କ ବା ଶିବତୀର୍ଥ  କରିବାକୁ ପ୍ରସ୍ତୁତି କରି ଦେଇଛନ୍ତି। ଶିବସେନାର ବାର୍ଷିକ ରାଲି ଶିବତୀର୍ଥରେ ହେବ।

ଦଶହରା ରାଲିକୁ ନେଇ ମହାରାଷ୍ଟ୍ରର ଦୁଇ ରାଜନୈତିକ ଗୋଷ୍ଠୀ ମଧ୍ୟରେ ବିବାଦ ଚାଲିଥିବା ବେଳେ ଏନସିପି ମୁଖ୍ୟ ଶରଦ ପାୱାର ମୁଖ୍ୟମନ୍ତ୍ରୀ ସିନ୍ଧେଙ୍‌କୁ ପରାମର୍ଶ ଦେଇଛନ୍ତି କି, ରାଲିକୁ ନେଇ କୌଣସି ପ୍ରକାରର ବିବାଦରୁ ବଞ୍ଚିବା ଆବଶ୍ୟକ। ମୁଖ୍ୟମନ୍ତ୍ରୀଙ୍କୁ ସମସ୍ତଙ୍କୁ ନେଇ ଚାଲିବା ଦରକାର।

Leave a Reply

Your email address will not be published. Required fields are marked *