ସୋନିଆ ଗାନ୍ଧୀଙ୍କ ବେଙ୍ଗାଲୁରୁରେ ରାତ୍ରୀ ଭୋଜନରେ ମମତା ବାନାର୍ଜୀଙ୍କ ଯୋଗଦେବା ସମ୍ଭାବନା କମ୍‌

Spread the love

କୋଲକାତା :  ଜୁଲାଇ ୧୭ ରେ ବେଙ୍ଗାଲୋରରେ କଂଗ୍ରେସ ନେତା ସୋନିଆ ଗାନ୍ଧୀଙ୍କ ଦ୍ୱାରା ଆୟୋଜିତ ରାତ୍ରୀ ଭୋଜନରେ ରାଜ୍ୟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯୋଗଦେବା ସମ୍ଭାବନା କମ୍ । ଏହି ପ୍ରମୁଖ ଭୋଜନରେ ଦେଶର ପ୍ରମୁଖ ବିରୋଧୀଦଳ ନେତାମାନଙ୍କୁ ନିମନ୍ତ୍ରଣ କରାଯାଇଛି ।  ଏଥିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ସାମିଲ ଅଛନ୍ତି । କୁହାଯାଉଛି  ଯେ କଂଗ୍ରେସ  ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ମମତା ବାନାର୍ଜୀଙ୍କୁ ଫୋନକରି  ରାତ୍ରି ଭୋଜନକୁ ଆସିବାକୁ  ନିମନ୍ତ୍ରଣ କରିଛନ୍ତି । କିନ୍ତୁ ତାଙ୍କ ଗୋଡରେ ଆଘାତ ଲାଗିଥିବା ମମତା ନିଜର ଅକ୍ଷମତା ପ୍ରକାଶ କରିଛନ୍ତି । ଅତିକମରେ ଏକ ମାସ ବିଶ୍ରାମ ନେବାକୁ ଡାକ୍ତରମାନେ ତାଙ୍କୁ  ପରାମର୍ଶ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *