ମମତାଙ୍କ ପାଇଁ କାଳ ଦଳୀୟ ସାଂସଦଙ୍କ ବୟାନ

Spread the love

କୋଲକାତା: ଭ୍ରଷ୍ଟାଚାର ବିବାଦରେ ଘେରି ରହିଥିବା ତୃଣମୂଳ କଂଗ୍ରେସ ପାଇଁ ବଢିଛି ଅଡୁଆ। ତେବେ ଏହି ଅଡୁଆ ବିରୋଧୀ ନୁହଁନ୍ତି, ନିଜ ଦଳର ସାଂସଦ ପ୍ରସୁନ ବାନାର୍ଜୀ ସୃଷ୍ଟି କରିଛନ୍ତି।  ବାନାର୍ଜୀଙ୍କ ବୟାନକୁ ନେଇ କାଠଗଡାରେ ଟିଏମସି। ଏକ କାର୍ଯ୍ୟକ୍ରମରେ ଭାଷଣ ଦେବା ଅବସରରେ ବାନାର୍ଜୀ କହିଥିଲେ କି, ମମତାଙ୍କ କ୍ୟାବିନେଟର ଖେଳ ମନ୍ତ୍ରୀଙ୍କୁ ଉଠାଇଛନ୍ତି ପ୍ରଶ୍ନ। ମଦନ ମିତ୍ରାଙ୍କ ବ୍ୟତିତ ସେ ଆଉ କାହାକୁ ଖେଳ ମନ୍ତ୍ରୀ ଭାବେ ଗ୍ରହଣ କରିପାରନ୍ତି ନାହିଁ। ନିଜେ ଏକ ସାଂସଦ ରୂପେ ଆଶ୍ଚର୍ଯ୍ୟ କି, ମଦନ ମିତ୍ରାଙ୍କୁ କ୍ୟାବିନେଟରେ ସାମିଲକରାଯାଇ ନାହିଁ। ବାନାର୍ଜୀ ଜଣେ ପ୍ରସିଦ୍ଧ ଫୁଟବଲ ଖେଳାଭାବେ ମଧ୍ୟ ପରିଚିତ। ତାଙ୍କର ସରକାର ବିରୋଧରେ ଏପରି ବୟାନ  ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ତେବେ ଏହାକୁ ନେଇ ସାଂସଦ କହିଛନ୍ତି, ମତେ କୌଣସି ଫରକ ପଡୁନି ମୋ ବୟାନରେ କେହି ବିବ୍ରତ ହେଲେ। ମୋ ଅନୁଯାୟୀ, ମଦନ ମିତ୍ରା ରାଜ୍ୟ କ୍ୟାବିନେଟର ସବୁଠାରୁ ଭଲ ଖେଳ ମନ୍ତ୍ରୀ ଥିଲେ। କାହିଁକି କେଜାଣି ଜନାଦେଶ ସତ୍ତ୍ବେ ତାଙ୍କୁ ଅଣଦେଖା କରାଯାଇଛି।

ବାନାର୍ଜୀଙ୍କ ଏପରି ବୟାନକୁ ନେଇ ଟିଏମସି ରାଜ୍ୟସଭା ସାଂସଦ ଶାନ୍ତନୁ ସେନା କହିଛନ୍ତି, କ୍ୟାବିନେଟରେ କାହାକୁ ସାମିଲ କରାଯିବା ଏହା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ଅଧିକାର।

Leave a Reply

Your email address will not be published. Required fields are marked *