ଦୁର୍ଘଟଣାସ୍ଥଳରେ ମମତା- ବୈଷ୍ଣବ କଥା କଟାକଟି

Spread the love

ଭୁବନେଶ୍ୱର : ବାଲେଶ୍ୱରର ବାହାନଗାରେ ରେଳଦୁର୍ଘଟଣାସ୍ଥଳରେ ପହଂଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏହି ସମୟରେ ମମତା ବାନାର୍ଜୀ ଓ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ମଧ୍ୟରେ କଥା କଟାକଟି ହୋଇଥିବାର ଦେଖିବାକୁ ମିଳିଥିଲା । ଶନିବାର ମମତା ଦୁର୍ଘଟଣାସ୍ଥଳ ପରିଦର୍ଶନ କରିବା ପରେ ସାମ୍ବାଦିକମାନଙ୍କୁ କହିଥିଲେ ଯେ ଏହି ମର୍ମନ୍ତୁଦ ଦୁର୍ଘଟଣା କାହିଁକି ଘଟିଲା ତାହାର ଏକ ଉଚ୍ଚସ୍ତରୀୟ ତଦନ୍ତ ଆବଶ୍ୟକ । ସ୍ଥାନୀୟ ଲୋକେ କହୁଛନ୍ତି ଯେ ଏହି ଦୁର୍ଘଟଣାରେ ୫୦୦ରୁ ଅଧିକ ଲୋକ ମୃତ୍ୟୁବରଣ କରିଛନ୍ତି । କିନ୍ତୁ ଏହି ସମୟରେ ସେଠାରେ ଉପସ୍ଥିତ ଥିବା କେନ୍ଦ୍ର ରେଳମନ୍ତ୍ରୀ ବୈଷ୍ଣବ କହିଥିଲେ ଯେ ରାଜ୍ୟ ସରକାରଙ୍କ ତଥ୍ୟ ଅନୁସାରେ ଏପର୍ଯ୍ୟନ୍ତ ମୃତ୍ୟୁସଂଖ୍ୟା ୨୩୮ ରହିଛି । ଏହାର ଉତରରେ ମମତା କହିଥିଲେ ଯେ ତାହା ହେଉଛି ଗତରାତିର ତଥ୍ୟ । ଆଜି ସୁଦ୍ଧା ମୃତ୍ୟୁସଂଖ୍ୟା ଆହୁରି ବଢିଗଲାଣି । ଆହୁରି ୩ଟି ବଗିରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏହାର ଜବାବରେ ବୈଷ୍ଣବ କହିଥିଲେ ଯେ ସମସ୍ତ ବଗିରୁ ଉଦ୍ଧାର କାମ ଶେଷ ହୋଇଛି ।

Leave a Reply

Your email address will not be published. Required fields are marked *