ବିମାନରୁ ଅବତରଣ ଘଟଣା: ମାନଙ୍କୁ ଘେରୁଛି ଅକାଳି ଦଳ

Spread the love

ଚଣ୍ଡିଗଡ: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ। ଏହି ଅଭିଯୋଗ ଆଣିଛନ୍ତି ଶିରୋମଣି ଅକାଳି ଦଳ ନେତା ସୁଖବିର ସିଂହ ବାଦଲ। ବାଦଲ ମିଡିଆ ରିପୋର୍ଟ ଆଧାରରେ ଦାବି କରିଛନ୍ତି କି ଜର୍ମାନର ଲୁଫଥାନ୍ସା ଏୟାରଲାଇନ୍ସରୁ ତାଙ୍କୁ ଓହ୍ଲାଇ ଦିଆଯାଇଥିଲା। କାରଣ ମାନ  ଏମିତି ନିଶାସକ୍ତ ଥିଲେ କି ସେ ଠିଆ ହେବା ଅବସ୍ଥାରେ ନଥିଲେ। ତେବେ ଏହି ଅଭିଯୋଗକୁ ଆପ ପକ୍ଷରୁ ଖଣ୍ଡନ କରାଯାଇଛି।

ଭଗୱନ୍ତ ମାନ ନିକଟରେ ଜର୍ମାନ ଗସ୍ତ କରିଥିଲେ। ଏହା ପରେ ବାଦଲ ଟ୍ବିଟ କରି ତାଙ୍କ ସହ ଯାତ୍ରୀଙ୍କଠାରୁ ମିଡିଆ ରିପୋର୍ଟ ଉପରେ ଟାର୍ଗେଟ କରିଛନ୍ତି ମାନଙ୍କୁ। ପଞ୍ଜାମ ମୁଖ୍ୟମନ୍ତ୍ରୀଙ୍କୁ ଲୁଫ୍‌ଥାନ୍ସା ବିମାନ ବନ୍ଦରରେ ଓହ୍ଲାଇ ଦିଆଯାଇଥିଲା ତାଙ୍କ ନିଶାସକ୍ତ ସ୍ଥିତିକୁ ନେଇ। ଏଥିପାଇଁ ୪ ଘଣ୍ଟା ଧରି ଫ୍ଲାଇଟ ବିଳମ୍ବ ହୋଇଥିଲା, ଯାହା ସାରା ବିଶ୍ବରେ ପଞ୍ଜାବୀଙ୍କୁ ଲଜ୍ଜିତ କରିଛି।

ଆଗକୁ ବାଦଲ ଆହୁରି ଲେଖିଛନ୍ତି କି, ଆଶ୍ଚର୍ଯ୍ୟର କଥା ମୁଖ୍ୟମନ୍ତ୍ରୀଙ୍କ ଏତାଦୃଶ କାର୍ଯ୍ୟ ପରେ ମଧ୍ୟ ରାଜ୍ୟ ସରକାର ଚୁପ ବସିଛି। ଏହି ମାମଲାରେ ବାଦଲ ଆପ ସଂଯୋଜକ କେଜରିୱାଲଙ୍କୁ ସ୍ପଷ୍ଟିକରଣ ଦେବାକୁ ଦାବି କରିଛନ୍ତି। ଭାରତ ସରକାରକୁ ମଧ୍ୟ ଏହା ଉପରେ ପଦକ୍ଷେପ ନେବା ଆବଶ୍ୟକ ବୋଲି ସେ କହିଛନ୍ତି।

ସେପଟେ, ଏହି ଘଟଣାକୁ ନେଇ ବିରୋଧୀ ନେତା ପ୍ରତାପ ସଂହ ବାଜପା ଏହି ରିପୋର୍ଟ ଉପରେ ଯାଞ୍ଚର ଦାବି କରିଛନ୍ତି। ରିପୋର୍ଟରେ ଦାବି କରାଯାଇଛି କି, ମୁଖ୍ୟମନ୍ତ୍ରୀ ଯାତ୍ରା କରିବା ସ୍ଥିତିରେ ନ ଥିବାରୁ ତାଙ୍କୁ ଫୈଙ୍କଫର୍ଟରେ ଓହ୍ଲାଇ  ଦିଆଯାଇଥିଲା। ଏହି ଘଟଣାରେ ନାଗରିକ ଉଡାଣ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିୟାଙ୍କ ନିକଟରେ ଉଠାଇବାକୁ ଦାବି କରିଛନ୍ତି। ଯେମିତି ଘଟଣା ସାର୍ବଜନୀନ ହୋଇପାରିବ।  

Leave a Reply

Your email address will not be published. Required fields are marked *