ଆସନ୍ତା ୨୨ରେ ହେବ ଦିଲ୍ଲୀ ମେୟର ନିର୍ବାଚନ

Spread the love

ନୂଆଦିଲ୍ଲୀ: ଫେବୃଆରୀ ୨୨ରେ  ଦିଲ୍ଲୀ ମୁନସିପାଲ କର୍ପୋରେସନ ନିର୍ବାଚନ।  ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଦିଲ୍ଲୀ ଉପରାଜ୍ୟପାଳ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବକୁ ଗ୍ରହଣ କରି ନିର୍ବାଚନ ତାରଖ କରିଛନ୍ତି ଘୋଷଣା। ଫେବୃଆରୀ ୨୨ ତାରିଖରେ ଏମସିଡି ନିର୍ବାଚନ କରାଇବାକୁ ଏଲଜି ଘୋଷଣା କରିଛନ୍ତି। ଶୁକ୍ରବାର ସୁପ୍ରିମକୋର୍ଟ ମାମଲାର ଶୁଣାଣି କରି ରାଜ୍ୟପାଳଙ୍କ ଦ୍ବାରା ମନୋନୀତ ପାରିଷଦ ଭୋଟ ପ୍ରକ୍ରିୟାରେ ସାମିଲ ହୋଇପାରିବେ ନାହିଁ। ପ୍ରଥମ ବୈଠକରେ ପାରିଷଦଙ୍କ ଭୋଟଦାନକୁ ଆମେ ସ୍ବୀକାର କରିପାରୁ ନାହୁଁ। ଏଥିସହ ପ୍ରଥମ ବୈଠକ ପାଇଁ ୨୪ ଘଣ୍ଟା ଭିତରେ ନୋଟିସ ଜାରି କରି ସେଥିରେ ମେୟର ଓ ଅନ୍ୟ ପଦ ପାଇଁ ନିର୍ବାଚନ ତାରିଖ ଘୋଷଣା କରିବାକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ।

କୋର୍ଟଙ୍କ ନିର୍ଦ୍ଦେଶ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଶୁକ୍ରବାର ଲୋକତନ୍ତ୍ରର ବିଜୟ କହିବା ସହ ଶନିବାର କହିଛନ୍ତି କି, ଏଲଜି ଓ ବିଜେପି ଅସମ୍ବିଧାନିକ ଉପାୟରେ ବିଜେପିର ମେୟର କରିବାକୁ ପ୍ରୟାସ କରୁଥିଲେ। ସର୍ବୋଚ୍ଚ ନ୍ୟାୟାଳୟ ଯେମିତି ବାସ୍ତବତାକୁ ନ ଜାଣନ୍ତୁ ସେଥିପାଇଁ ଏଲଜି ସବୁ ବ୍ୟବସ୍ଥା କରିଥିଲେ। ଦିଲ୍ଲୀ ସରକାରର ଓକିଲ ଭାବେ ତୁଷାର ମେହତାଙ୍କୁ କରିବାକୁ କହିଥିଲେ। କିନ୍ତୁ   ସୁପ୍ରିମକୋର୍ଟ ଏହାକୁ ବିଫଳ କରିଛନ୍ତି। ମୁଁ ୨୨ ଫେବୃଆରୀକୁ ବୈଠକ ଡାକିବାକୁ ଏଲଜିଙ୍‌କୁ ଚିଠି ଲେଖିଛି।

ସୂଚନାଯୋଗ୍ୟ, ଦୁଇ ମାସ ପୂର୍ବରୁ ଏମସିଡି ନିର୍ବାଚନ ଫଳ ବାହାରି ସାରିଛି ଓ ଆପ ଏଥିରେ ବହୁମତ ହାସଲ କରିଛି। କିନ୍ତୁ ତିନି ତିନି ଥର ମେୟର ପଦ ପାଇଁ ନିର୍ବାଚନ ତାରିଖ ଧାର୍ଯ୍ୟ ହୋଇଥିଲେ ମଧ୍ୟ ମନୋନୀତି ପାରିଷଦଙ୍କୁ ଭୋଟଦାନରେ ସାମିଲ କରିବାକୁ ନେଇ ଏଲଜିଙ୍କ ନିର୍ଦ୍ଦେଶକୁ ନେଇ ସବୁ ଥର ବିଜେପି ଓ ଆପ ମଧ୍ୟରେ ହଟ୍ଟଗୋଳ, ହଙ୍ଗାମା ହୋଇ ନିର୍ବାଚନକୁ ବାତିଲ କରାଯାଇ ଆସିଛି।  ଏଲଜିଙ୍କ ନିର୍ଦ୍ଦେଶକୁ ବିରୋଧକରି ଆପ ପକ୍ଷରୁ ସୁପ୍ରିମକୋର୍ଟରେ ଏକ ଯାଚିକା ଦାୟର ହୋଇଥିଲା।

Leave a Reply

Your email address will not be published. Required fields are marked *