ଦିଲ୍ଲୀରେ ମେହବୁବା ମୁଫ୍ତି

Spread the love

ନୂଆଦିଲ୍ଲୀ: ପିପୁଲ୍ସ ଡେମୋକ୍ରାଟିକ ପାର୍ଟି ବା ପିଡିପି ମୁଖ୍ୟ ମେହବୁବା ମୁଫ୍ତିଙ୍କୁ ବୁଧବାର ଦିଲ୍ଲୀ ପୁଲିସ ହାଜତକୁ ନେଇଛି। ଜମ୍ମୁରେ ଚାଲିଥିବା ଜବରଦଖଲ ଉଚ୍ଛେଦକୁ ବିରୋଧ କରି ବୁଧବାର ସଂସଦ ପର୍ଯ୍ୟନ୍ତ ଏକ ମର୍ଚ୍ଚ କରିବାକୁ ଯାଉଥିବା ବେଳେ ପୁଲିସ ତାଙ୍କୁ ନିଜ ହାଜତକୁ ନେଇଯାଇଛି। ତାଙ୍କ ଦଳର କାର୍ଯ୍ୟକର୍ତ୍ତାମାନଙ୍କୁ ଯନ୍ତର ମନ୍ତର ନିଆଯାଇଛି।

ଜମ୍ମୁରେ ପ୍ରଶାସନ ପକ୍ଷରୁ ଲୋକଙ୍କ ଚାଷଜମି ଓ ବାସୋପଯୋଗୀ ଜମି ଉପରେ ବୁଲଡୋଜର ଚଲାଯାଉଛି। ଲୋକଙ୍କ ଜମିକୁ ଜବରଦଖଲ ଦର୍ଶାଇ ସେସବୁର ଉଚ୍ଛେଦ ହେଉଥିବା ଅଭିଯୋଗ ହୋଇ ଆସୁଛି। ଯାହାକୁ ନେଇ ଜମ୍ମୁରେ ମଧ୍ୟ ବ୍ୟାପକ ପ୍ରଦର୍ଶନ ହେଉଛି। ଜମ୍ମୁ ପ୍ରଶାସନ ଦ୍ବାରା ଚାଲିଥିବା ଏହି ବୁଲଡୋଜର ନୀତି ବିରୋଧରେ ସେ ବିରୋଧୀ ଦଳମାନଙ୍କୁ ଅବଗତ କରିବାକୁ ଚାହୁଁଥିଲେ। ମେହବୁବା, ପିଡିପି କାର୍ଯ୍ୟକର୍ତ୍ତାଙ୍କ ସହ ରେଳବାଇ ଭବନରୁ ସଂସଦ ପର୍ଯ୍ୟନ୍ତ ମାର୍ଚ୍ଚ କରିବାକୁ ଯୋଜନା କରିଥିବା ବେଳେ ଦିଲ୍ଲୀ ପୁଲିସ ଏହାକୁ ପଣ୍ଡ କରିଛି।

ଗିରଫଦାରି ପରେ ମେହବୁବା କହିଛନ୍ତି କି, ଜମ୍ମୁ କାଶ୍ମୀର ଲୋକଙ୍କ ସମସ୍ୟା ସମ୍ପର୍କରେ ଆମେ କହିବାକୁ ଆସିଥିଲୁ। ଯଦି ଆମେ ସଂସଦ ଯାଇ ନ ପାରିବୁ ତେବେ କେଉଁଠିକୁ ଯିବୁ? କଣ ସରକାର ଚାହୁଁଛି ଆମ ସମସ୍ୟା ନେଇ ଆବେ ୟୁଏନ ନିକଟକୁ ଯାଉ? ଜମ୍ମୁରେ ଆଇନଗତ ଶାସନ ଚାଲୁନାହିଁ ଓ ଆମେ ନିଜ ମନର କଥା କହିବାକୁ ଦିଲ୍ଲୀ ଆସିଥିଲୁ। କିନ୍ତୁ ଲାଗୁଛି ଏଠିବି ସାଧାରଣ ଜନତାଙ୍କ ସ୍ବରକୁ ଦବା ଯାଉଛୁ।

ସେପଟେ ଏହି ମାମଲାକୁ ନେଇ ଜମ୍ମୁରେ ଅନ୍ୟ ବିରୋଧୀ ଦଳ ମଧ୍ୟ ଜବରଦଖଲ ଉଚ୍ଛେଦ ଅଭିଯାନକୁ ନିନ୍ଦା କରିଛନ୍ତି ଓ ପ୍ରଶାସନ ଦ୍ବାରା ଏହାକୁ ବନ୍ଦ କରିବାକୁ କୁହାଯାଇଛି। ନୋହିଲେ ଲୋକଙ୍କ ଆର୍ଥିକ ସ୍ଥିତି ଉପରେ ପଡିବ ବୋଲି ବିରୋଧୀ କହିଛନ୍ତି।

ଏହି ପ୍ରସଙ୍ଗକୁ ନେଇ ପୂର୍ବରୁ ମେହବୁବା ମୁଫ୍ତି ମଧ୍ୟ କେନ୍ଦ୍ରକୁ ଟାର୍ଗେଟ କରିଥିଲେ। ମୁପ୍ତି ଅଭିଯୋଗ କରିଥିଲେ କି, କାଶ୍ମୀରସ୍ଥିତି ଫିଲିସ୍ଥାନଠାରୁ ବି ଖରାପ। କେନ୍ଦ୍ର ଜମ୍ମୁ କାଶ୍ମୀରକୁ ଆଫଗାନିସ୍ଥାନରେ ପରିଣତ କରିଦେଇଛି। ଚାରିଆଡେ ଧ୍ବଂସ ବିଧ୍ବଂସର ଚିତ୍ର। ତେଣୁ ଜମ୍ମୁର ସ୍ବାର୍ଥ ପାଇଁ ସେ ସମସ୍ତ ବିରୋଧୀଦଳକୁ ଏକଜୁଟ ହେବାକୁ ମଧ୍ୟ ଆହ୍ବାନ ଦେଇଥିଲେ।  ସେହିପରି ନାସନାଲ କନଫେରେନ୍ସ ନେତା ଉମାର ଅବଦ୍ଦୁଲା ଅଭିଯୋଗ କରିଥିଲେ କି, କେନ୍ଦ୍ର ଶେଖ ଅବ୍ଦୁଲ୍ଲାଙ୍କ ଜମିନକୁ ନଷ୍ଟ କରିବାକୁ ଚେଷ୍ଟା କରୁଛି। ୧୯୫୦ରେ ଜମ୍ମୁରେ ଭୂମିହୀନ ଚାଷୀଙ୍କ ମାଲିକାନା ହକ ଦେଇଥିଲା। କିନ୍ତୁ ଏହି ସରକାର ସେ ଅଧିକାର ଛଡାଇ ନେଇଛି।

Leave a Reply

Your email address will not be published. Required fields are marked *