ପଡନବିସଙ୍କୁ ଗୃହ ଓ ଅର୍ଥ ମନ୍ତ୍ରଣାଳୟ, ସିନ୍ଧେଙ୍କୁ ସହରୀ ବିକାଶ…

Spread the love

ମୁମ୍ବାଇ: ବହୁ ପ୍ରତୀକ୍ଷା ପରେ ମହାରାଷ୍ଟ୍ରର ଏକନାଥ ସିନ୍ଧେ ସରକାରର ମନ୍ତ୍ରୀ ମଣ୍ଡଳରେ ବିଭାଗ ବଣ୍ଟନ ହୋଇଛି । ରବିବାର ଏହି ବିଭାଗ ବଣ୍ଟନ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ସିନ୍ଧେଙ୍କୁ ଏମଆରଡିସି ଓ ସହରୀ ବିକାଶ ମନ୍ତ୍ରଣାଳୟ ମିଳିଛି । ସେହିପରି ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡଣବିସଙ୍କୁ ଗୃହ ଓ ଅର୍ଥ ମନ୍ତ୍ରଣାଳୟ ଦିଆଯାଇଛି । ଚନ୍ଦ୍ରକାନ୍ତ ପଟିଲଙ୍କୁ ଉଚ୍ଚ ଓ ପ୍ରଯୁୁକ୍ତି ଶିକ୍ଷା ବିଭାଗ, ସୁଧୀର ମୁନଧନିତବାରଙ୍କୁ ଜଙ୍ଗଲ ବିଭାଗ ଦିଆଯାଇଛି ।
ଗତ ୯ ଅଗଷ୍ଟରେ ସିନ୍ଧେ କ୍ୟାବିନେଟର ପ୍ରଥମ ପର୍ଯ୍ୟାୟ ସମ୍ପ୍ରସାରଣ ହୋଇଥିଲା । ଯେଉଁଥିରେ ବିଜେପିରୁ ୯ ଓ ସିନ୍ଧେ ଗୋଷ୍ଠୀରୁ ୯ ଜଣଙ୍କୁ ସାମିଲ କରାଯାଇଥିଲା । ମନ୍ତ୍ରୀ ପରିଷଦର ୨୦ ସଦସ୍ୟଙ୍‌କ ମଧ୍ୟରେ ଜଣେ ମଧ୍ୟ ମହିଳାଙ୍କୁ ସାମିଲ କରାଯାଇନାହିଁ । ତେବେ ମରାଠୀ ଓ ଓବିସି ନେତାଙ୍କୁ ଅଧିକ ଗୁରୁତ୍ୱ ଦିଆଯାଇଛି । ସିନ୍ଧେ ତାଙ୍କ ମନ୍ତ୍ରୀମଣ୍ଡଳରେ ବ୍ରାହ୍ମଣ, ମୁସଲମାନ, ଦଳିତ, ଆଦିବାସୀ ସମ୍ପ୍ରଦାୟକୁ ସାମିଲ କରି ଏକ ମଜବୁତ ସୋସିଆଲ ଇଞ୍ଜିନିୟରିଂ ପ୍ରତିଷ୍ଠା ପାଇଁ ଚେଷ୍ଟା କରିଛନ୍ତି ।

Leave a Reply

Your email address will not be published. Required fields are marked *