ଓଡିଶାରେ ମିଶନ ଶକ୍ତି ମୂଳ ଲକ୍ଷ୍ୟରୁ ପଥଭ୍ରଷ୍ଟ ହୋଇଛି : ବିଜେପି

Spread the love

ଭୁବନେଶ୍ୱର : ମିଶନ ଶକ୍ତିକୁ ଶାସକ ବିଜେଡିର ଦଳୀୟ କାର୍ଯ୍ୟରେ ଲଗାଇବା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାରର ଉଦ୍ୟମ କରୁଛନ୍ତି ଓ ଏହାର ନେତୃତ୍ୱ ନେଉଛନ୍ତି ବିଭାଗୀୟ ସଚିବ ଶ୍ରୀମତୀ ସୁଜାତା ଆର ପାଣ୍ଡିଆନ । ମିଶନ ଶକ୍ତିର ଅଧିକାରୀମାନଙ୍କ ବୈଠକରେ ଯୋଗ ଦେଇ ଶ୍ରୀମତୀ ପାଣ୍ଡିଆନ ଦେଇଥିବା ବକ୍ତବ୍ୟର ଭାଷା ସମସ୍ତଙ୍କୁ ଆଚମ୍ବିତ କରିଛି । ସରକାରୀ ଦଳର ଏଜେଣ୍ଡାକୁ ସଠିକ ଭାବେ କାର୍ଯ୍ୟକାରୀତା କରିବାରେ ବିଫଳ ହେଲେ ସ୍ଥାନୀୟ ଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହା ନକଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବାର ଧମକ ମଧ୍ୟ ଦିଆଯାଇଛି । ଲକ୍ଷ୍ମୀଯୋଜନା, ବିଏସକେୱାଇ ଯୋଜନାରେ ଏସଏଜି ମହିଳାଙ୍କୁ ଯୋଡିବା ପାଇଁ ଚିପ୍ ବେସ୍ ସ୍ମାର୍ଟକାର୍ଡ ଦିଆଯିବ । ସ୍ୱୟଂ ସହାୟକ ଗୋଷ୍ଠୀ ଜରିଆରେ ଭୋଟରମାନଙ୍କୁ କଳାଟଙ୍କା ପଠାଇବାର ସୁଚିନ୍ତିତ ଯୋଜନା ପ୍ରସ୍ତୁତ କରାଯାଉଛି । ସେହିପରି ଯେଉଁମାନେ ଭଲ କାମ କକରିବେ, ତାଙ୍କୁ ଦୁବାଇ, ସିଙ୍ଗାପୁର ବୁଲାଇବାକୁ ନିଆଯିବ ବୋଲି ମଧ୍ୟ ବିଭାଗୀୟ ସଚିବ ଉକ୍ତ ବୈଠକରେ କହିଛନ୍ତି ବୋଲି ବିଜେପି ରାଜ୍ୟ ମୁଖପାତ୍ର ସତ୍ୟବ୍ରତ ପଣ୍ଡା କହିଛନ୍ତି ।

ରାଜ୍ୟ ସରକାର ମା’ଙ୍କୁ ସମ୍ମାନ ଦେବା କଥା କହିବା କେବଳ ଲୋକଦେଖାଣିଆ । ନିଜ ଦଳର ପ୍ରଚାର ପ୍ରଚାର ପାଇଁ ରାଜ୍ୟ ସରକାର ମିଶନଶକ୍ତିକୁ ବ୍ୟବହାର କରୁଛନ୍ତି । ମିଶନଶକ୍ତି ଜରିଆରେ ଅନ୍ୟ ରାଜ୍ୟମାନଙ୍କରେ ୪୦ ହଜାର କୋଟି ଟଙ୍କାର ଆର୍ଥିକ କାରବାର ହେଉଥିବାବେଳେ ଓଡ଼ିଶାରେ ମାତ୍ର ୧୧ ହଜାର କୋଟି ଟଙ୍କାର ଆର୍ôଥକ କାରବାର ହେଉଛି । ରାଜ୍ୟର ୩୧୪ ବ୍ଲକରୁ ୨୮୯ଟିରେ ମିଶନଶକ୍ତି ମହିଳା ବାସ୍ତବ ରୂପରେ ସାମିଲ ହୋଇନାହାନ୍ତି । ବ୍ଲକସ୍ତରରେ ମିଶନଶକ୍ତି ମା’ମାନଙ୍କ ଦ୍ୱାରା ପରିଚାଳିତ ଉଦ୍ୟୋଗ ପଞ୍ଜିକରଣ ଦିଗରେ ସାରା ଓଡ଼ିଶାରେ ମାତ୍ର ୭୦୦ ଟି ଉଦ୍ୟେଗୀ ପଞ୍ଜିକରଣ ହୋଇଛି ।  ମିଶନ ଶକ୍ତିର ବିଫଳତାକୁ ଏହି ଅଡିଓ ଜରିଆରେ ବିଭାଗୀୟ ସଚିବ ସ୍ୱୀକାର କରିଛନ୍ତି । ବାସ୍ତବରେ ରାଜ୍ୟରେ ମିଶନ ଶକ୍ତି ସଂପୂର୍ଣ୍ଣ ଫେଲ ମାରିଛି ଏବଂ ଲକ୍ଷ୍ୟଚ୍ୟୁତ ହୋଇଛି ବୋଲି ଶ୍ରୀ ପଣ୍ଡା କହିଛନ୍ତି ।

 ରାଜ୍ୟ ସରକାର ଯଦି ବାସ୍ତବରେ ଅନେକ ଲୋକାଭୀମୁଖି ଯୋଜନା କରୁଛନ୍ତି ଏବଂ ଲୋକଙ୍କ ସମସ୍ୟା ଶୁଣିବା ପାଇଁ ୫-ଟି ସଚିବ ବିଭିନ୍ନ ଜିଲ୍ଲା ଗସ୍ତ କରୁଛନ୍ତି, ତାହେଲେ ଗତ କାଲିର ସମୀକ୍ଷାରେ ୧୮ ହଜାର ଅଭିଯୋଗ ଆସିଲା କେମିତି ? ସେହିପରି ସଚିବମାନଙ୍କୁ ବିଭିନ୍ନ ବ୍ଲକ ଓ ଜିଲ୍ଲା ଗସ୍ତ କରି ରାତ୍ରୀଯାପନ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । କେଉଁ ସଚିବ କେଉଁ ବ୍ଲକରେ କେତେ ରାତି କଟାଇଛନ୍ତି ? କାହା ପାଇଁ ବିମାନର ବନ୍ଦୋବସ୍ତ କରାଯାଇଥିଲା ? ଅପନ୍ତରା ବ୍ଲକକୁ କିଏ ପାଦରେ ଚାଲି ଚାଲି ଯାଇଛନ୍ତି ? କେତେ ଅଭିଯୋଗର ଶୁଣାଣୀ ହୋଇଛି ଏବଂ କେତେ ସମସ୍ୟାର ସମାଧାନ ହୋଇଛି ? ସେ ସମସ୍ତ ବିବରଣୀ ରାଜ୍ୟ ସରକାର ସାର୍ବଜନୀନ କାହିଁକି କରିନାହାନ୍ତି ?ଦୀର୍ଘ ଦିନ ଧରି ଶାସନ କ୍ଷମତାରେ ରହିବା ପରେ ସୁଦ୍ଧା ଏଭଳି ଅଭିଯୋଗ ଆସିବା ରାଜ୍ୟ ସରକାରଙ୍କ ବିଫଳତାକୁ ସ୍ପଷ୍ଟ ଭାବେ ଦର୍ଶାଉଛି । ଅନ୍ୟ ପଟେ ଭୁବନେଶ୍ୱରରରେ ଥିବା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଶାସକ ଦଳର ନେତା, ମନ୍ତ୍ରୀ ଓ ବିଧାୟକଙ୍କ ରଙ୍ଗମହଲରେ ପରିଣତ ହୋଇଛି ବୋଲି ଶ୍ରୀ ପଣ୍ଡା କହିଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଗଣମାଧ୍ୟମ ସହମୁଖ୍ୟ ସୁଜିତ୍ କୁମାର ଦାସ୍‌, ଲିଗାଲ୍ ସେଲ ରାଜ୍ୟ ସଂଯୋଜକ ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *