ବିଧାୟକ କିଣାବିକାର ତଦନ୍ତ କରିବ ସିବିଆଇ

Spread the love

ହାଇଦ୍ରାବାଦ: ତେଲେଙ୍ଗାନା ହାଇକୋର୍ଟ ରାଜ୍ୟରେ ବିଧାୟକଙ୍କ କିଣା ବିକା ମାମଲାର ତଦନ୍ତ ଭାର ସିବିଆଇକୁ ଦେଇଛନ୍ତି। ହାଇକୋର୍ଟ ରାଜନୈତିକ ରୂପେ ସମ୍ବେଦନଶୀଳ ମାମଲାର ଯାଞ୍ଚ କରୁଥିବା ରାଜ୍ୟ ଦ୍ବାରା ନିୟୋଜିତ ଏସଆଇଟି ଉପରେ ରୋକ ଲଗାଇଛନ୍ତି।  ମାମଲାରେ ବିଜେପି ନେତା ଓ ଓକିଲ ରାମଚନ୍ଦ୍ର ରାଓ କହିଛନ୍ତି କି, ଆମେ ହାଇକୋର୍ଟ ନିଷ୍ପତ୍ତିକୁ ସ୍ବାଗତ କରୁଛୁ। ତେବେ ଟିଆରଏସର ବିଧାୟକ ପାଇଲଟ ରୋହିତ ରେଡିଙ୍କ ସମେତ ୪ ବିଧାୟକମାନେ ୨୬ ଅକ୍ଟୋବରକୁ  ରାମ ଚନ୍ଦ୍ର ଭାରତୀ, ନନ୍ଦ କୁମାର ଓ ସିମ୍ହାଜୀ ସ୍ବାମୀଙ୍କ ବିରୋଧରେ ବିଧାୟକ କିଣା ବିକା ଅଭିଯୋଗ ଆଣିଥିଲେ।

ରେଡ୍ଡି କହିଥିଲେ କି, ଅଭିଯୁକ୍ତମାନେ ତାଙ୍କୁ ଟିଆରସି ଛାଡିବାକୁ ୧୦୦ କୋଟି ଟଙ୍କାର ଅଫର ଦେଇଥିଲେ। ବିଜେପି ନେତା ତଥା ଓକିଲ ରାମଚନ୍ଦ୍ର ରାଓ କୋର୍ଟଙ୍କ ନିଷ୍ପତ୍ତିକୁ ସ୍ବାଗତ କରିଥିବା କହିଛନ୍ତି।

କୁହାଯାଉଛି କି, କୋର୍ଟଙ୍କ ନିଷ୍ପତ୍ତି ଏହି ଘଟଣା ବିରୋଧରେ ୨ ମାସ ପରେ ଆସିଛି। ଯେଉଁଥିରେ ସାଇବରାବାଦ ପୁଲିସ ୪ ବିଧାୟକଙ୍କୁ ୧୦୦ କୋଟି ଟଙ୍କାରେ କିଣି ରାଜ୍ୟ ସରକାରକୁ ଭାଙ୍ଗିବାକୁ ଷଡଯନ୍ତ୍ର  କରାଯାଉଥିବା ଦାବି କରିଥିଲା। ଟଙ୍କା ଅଫରର ଅଭିଯୋଗ ଆଣିଥିବା ତନ୍ଦୁର ବିଧାୟକ ରୋହିତ ରେଡ୍ଡି କହିଛନ୍ତି କି, ରାଜ୍ୟ ତରଫରୁ ଏସଆଇଟି ତଦନ୍ତ ଚାଲିଥିବା ବେଳେ କେନ୍ଦ୍ରୀୟ ଏଜେନ୍ସିର ବ୍ୟବହାର କରି ସେମାନଙ୍କୁ ଡରାଇବାର ପ୍ରୟାସ କରାଯାଉଛି।

ସୂଚନା ଯୋଗ୍ୟ, ସେତେବେଳେ ମୁଖ୍ୟମନ୍ତ୍ରୀ କେସିଆର ମଧ୍ୟ ତାଙ୍କ ସରକାର ଭାଙ୍ଗିବାକୁ ବିଜେପି ଚେଷ୍ଟା କରୁଥିବା ଅଭିଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *