ଚଳିତ ବର୍ଷର ମୋଦିଙ୍କ ଶେଷ ମନ୍ କୀ ବାତ୍। ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ମନ୍ କୀ ବାତ୍ର ୧୧୭ତମ ଅଧ୍ୟାୟରେ ସମ୍ବିଧାନ ସମ୍ବନ୍ଧରେ ଅନେକ ଗୁରୁତ୍ଵପୁର୍ଣ୍ଣ ତଥ୍ୟା ଉପସ୍ଥାପନା କରିଛନ୍ତି ମୋଦୀ । ଏଥିସହ ମହାକୁମ୍ବ ଏବଂ ପ୍ରୟାଗରାଜ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ‘ଆମ ସମ୍ବିଧାନ ନିର୍ମାତାମାନେ ଆମକୁ ଯେଉଁ ସମ୍ବିଧାନ ଦେଇଛନ୍ତି ତାହା ସମସ୍ତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛି ।’ସେ କହିଛନ୍ତି ଯେ, ‘୨୦୨୫ ଜାନୁୟାରୀ ୨୬ରେ ଆମର ସମ୍ବିଧାନ କାର୍ଯ୍ୟକାରୀ ହେବାକୁ ୭୫ ବର୍ଷ ହେବାକୁ ଯାଉଛି। ଏହା ଆମ ସମସ୍ତଙ୍କ ପାଇଁ ଗର୍ବର ବିଷୟ।’
ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ‘ଦେଶର ନାଗରିକମାନଙ୍କୁ ସମ୍ବିଧାନର ଐତିହ୍ୟ ସହିତ ଯୋଡିବା ପାଇଁ http://constitution75.com ନାମକ ଏକ ସ୍ୱତନ୍ତ୍ର ୱେବସାଇଟ୍ ପ୍ରସ୍ତୁତ କରାଯାଇଛି। ଏଥିରେ ସମ୍ବିଧାନର ପ୍ରସ୍ତାବନା ପଢିବା ପରେ ଆପଣ ଆପଣଙ୍କର ଭିଡିଓ ଅପଲୋଡ୍ କରିପାରିବେ। ଏଥିରେ ଆପଣ ଭିନ୍ନ ଭିନ୍ନ ଭାଷାରେ ସମ୍ବିଧାନ ପଢିପାରିବେ । ଏପରିକି ସମ୍ବିଧାନ ବିଷୟରେ ପ୍ରଶ୍ନ ମଧ୍ୟ ପଚାରି ପାରିବେ। କିଛି ଦିନ ତଳେ ପ୍ରଧାନମନ୍ତ୍ରୀ ମୋଦୀ ପ୍ରୟାଗରାଜ ଗସ୍ତରେ ଯାଇଥିଲେ । ମନ୍ କି ବାତ୍ କାର୍ଯ୍ୟକ୍ରମରେ ସେ ପ୍ରୟାଗରାଜରେ ହେବାକୁ ଥିବା ମହାକୁମ୍ଭର ପ୍ରସ୍ତୁତି ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now