ଡିଏନ୍ ଗ୍ରୁପରେ ଆଇଟି ରେଡରେ ମିଳିଥିବା ଟଙ୍କା କାହାର ଏହାର ତଦନ୍ତ ହେବା ଆବଶ୍ୟକ – କଂଗ୍ରେସ

Spread the love

ଭୁବନେଶ୍ୱର : ଆୟ କର ବିଭାଗ ଦ୍ୱାରା ଟିକସ ଫାଙ୍କିବା ଅଭିଯୋଗରେ ବ୍ୟବସାୟିକ ପ୍ରତିଷ୍ଠାନ ଡିଏନ୍ ଗ୍ରୁପ ଉପରେ ଚଢାଉରେ ବିପୁଳ ମାତ୍ରାରେ ମିଳିଥିବା କ୍ୟାସ୍ କାହାର ତାହାର ନିରପେକ୍ଷ ତଦନ୍ତ ହେବା ଆବଶ୍ୟକ ବୋଲି କଂଗ୍ରେସ ପକ୍ଷରୁ ଦାବି କାରଯାଇଛି ।

କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା ଏ ସମ୍ପର୍କରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଯେ ଗତକାଲି ଯାହା ଡ଼ି ଏନ କମ୍ପାନୀରେ ରେଡ଼ କରାଯାଇଛି । ସେଠାରୁ କୋଟି କୋଟି ଟଙ୍କାର କ୍ୟାସ ରେଡ଼ ହୋଇଛି। ଏହାସହ ବହୁତ କାଗଜ ଜବତ ହୋଇଛି । ଆଗକୁ ମଧ୍ୟ କୋଟି କୋଟି ଟଙ୍କା ମିଳିବାର ସମ୍ଭାବନା ରହିଛି ବୋଲି ସେ କହିଛନ୍ତି ।

ସେ କହିଛନ୍ତି ଯେ ସବୁଠାରୁ ବଡ଼ କଥା ହେଲା ଯେ ଏ କୋଟି କୋଟି ଟଙ୍କା କାହାର।କେଉଁ ଦଳର ଓ କେଉଁଠାରୁ ଏହି ଆସିଲା। ଲୋକ କହୁଛନ୍ତି ଏ ଟଙ୍କା ବଡ଼ ବଡ଼ ଅଫିସର ଓ ଶାସକ ଦଳର । ନିର୍ବାଚନରେ ଖଟେଇବା ପାଇଁ ଏଟଙ୍କା ରଖାଯାଇଥିଲା। ଆଇଟି ଖବର ପାଇ ରେଡ଼ କରିଛି । କେଉଁ ବିଧାୟକ ଓ ମନ୍ତ୍ରୀଙ୍କ ଏ ଟଙ୍କା ତାର ଖୁଲାସା ହେବା ଦରକାର।ଓଡ଼ିଶା ଭଳି ଗରିବ ରାଜ୍ୟରେ ଏତେ ଏତେ କ୍ୟାସ୍ ମିଳିବା ବହୁତ ବଡ଼ କଥା। ଆହୁରି ମଧ୍ୟ ଅନେକ ଟଙ୍କା ମିଳିବା ସମ୍ଭାବନା ରହିଛି । ଏହାର ନିରପେକ୍ଷ ତଦନ୍ତ ହେବା ଆବଶ୍ୟକ । ଏହାକୁ କେଉଁ କେଉଁ ଜାଗାରେ ଲଗା ଯାଇଛି ତାର ମଧ୍ୟ ତଥ୍ୟ ସାମ୍ନାକୁ ଆସିବା ଦରକାର ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *