ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ମୁକେଶ ମହାଲିଙ୍ଗ

ବାଲାଙ୍ଗିର ବିଧାୟକ ତଥା କ୍ୟାବିନେଟ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ବୈଦ୍ୟୁତିକ ଓ ସୂଚନା ବୈଷୟିକ ବିଭାଗ ଦିଆଯାଇଛି । ବଲାଙ୍ଗିର ଜିଲ୍ଲା ଲୋଇସିଂହା ନିର୍ବାଚନମଣ୍ଡଳୀରୁ ଡ଼.ମୁକେଶ ମହାଲିଙ୍ଗ ୨୦୨୪ ନିର୍ବାଚନରେ ବିଜେପି ଟିକଟରେ ୨ୟ ଥର ବିଧାୟକ ଭାବେ ବିଧାୟକ ନିର୍ବାଚିତ ହୋଇଛନ୍ତି । ଡ଼.ମୁକେଶ ମହାଲିଙ୍ଗ ୧୯୭୩ ଜୁଲାଇ ୧୧ରେ ଜନ୍ମ ଗ୍ରହଣ କରିଥିଲେ । ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡରେ ପରିବେଶ ବିଜ୍ଞାନୀ ଭାବେ ଡ଼. ମୁକେଶ ମହାଲିଙ୍ଗ କର୍ମମୟ ଜୀବନ ଆରମ୍ଭ କରିଥିଲେ । ୨୦୧୯ ନିର୍ବାଚନ ପୂର୍ବରୁ ସ୍ୱେଚ୍ଛାକୃତ ଅବସର ଗ୍ରହଣ କରି ବିଜେପି ଟିକଟରେ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ । ବିଜେଡି ପ୍ରାର୍ଥୀ ପ୍ରଦୀପ ବେହେରାଙ୍କୁ ୧୩୬୬୮ ଭୋଟରେ ପରଜିତ କରିଥିଲେ । ପ୍ରଥମ ଥର ବିଧାନସଭାକୁ ନିର୍ବାଚିତ ହୋଇ ବିଧାନସଭାରେ ଭଲ ପ୍ରଦର୍ଶନ କରିଥିବା ନଜିର ରହିଛି । ସେହିପରି ୨୦୨୪ ନିର୍ବାଚନରେ ପୁଣି ଥରେ ଲୋଇସିଂହାରୁ ୨ୟ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *