ବିଧାୟକ ଭାବେ ଶପଥ ନେଲେ ନବୀନ ପଟ୍ଟନାୟକ

Spread the love

ବିଧାୟକ ଭାବେ ଶପଥ ନେଇଛନ୍ତି ନବୀନ ପଟ୍ଟନାୟକ। କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ ନବୀନଙ୍କୁ ବିଧାୟକ ଭାବେ ଶପଥପାଠ କରାଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଥମେ ବିଧାୟକ ଭାବେ ଶପଥ ଗ୍ରହଣ କରିଥିବା ବେଳେ ପର୍ଯ୍ୟାୟକ୍ରମେ ଅନ୍ୟ ବିଧାୟକ ମାନେ ଶପଥ ନେଇଛନ୍ତି। ବିଧାନସଭାରେ ସନ୍ଧ୍ୟା ୫ଟା ଯାଏଁ ଚାଲିବ ଶପଥ ପାଠ କାର୍ଯ୍ୟକ୍ରମ । ଆଜି ଓ କାଲି ଦୁଇ ଦିନ ବିଧାୟକଙ୍କୁ ଶପଥ ପାଠ କରାଯିବ । ଏଥିପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ତେବେ ନବୀନ ପଟ୍ଟନାୟକ ବିଧାନସଭାରେ ପହଞ୍ଚିବା ପରେ ବିଜେଡିର ଅନ୍ୟ ବିଧାୟକ ମାନେ ତାଙ୍କୁ ପାଛୋଟି ନେଇଥିଲେ । ଚଳିତଥର ଉଭୟ ହିଞ୍ଜିଳି ଓ କଣ୍ଟାବାଞ୍ଜି ଆସନରୁ ନିର୍ବାଚନ ଲଢିଥିଲେ ନବୀନ ପଟ୍ଟନାୟକ । କଣ୍ଟାବାଞ୍ଜିରେ ନବୀନ ପରାଜିତ ହୋଇଥିବା ବେଳେ ହିଞ୍ଜିଳି ଆସନରେ ଅଳ୍ପ ଭୋଟରେ ବିଜୟୀ ହୋଇଥିଲେ ନବୀନ ପଟ୍ଟନାୟକ ।

Leave a Reply

Your email address will not be published. Required fields are marked *