ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖିଲେ ନବୀନ ପଟ୍ଟନାୟକ। ଚିଠି ଲେଖି ନବୀନ କହିଛନ୍ତି, ମହାପ୍ରଭୁ ଓଡିଆ ଜାତିର ମୁରବୀ । ଆମ ବିଶ୍ୱାସର କେନ୍ଦ୍ରବିନ୍ଦୁ ଓ ପ୍ରତୀକ । ଆଡପ ମଣ୍ଡପକୁ ବଡ ଠାକୁରଙ୍କ ପହଣ୍ଡି ବେଳେ ଯେଉଁ ଅଘଟଣ ଘଟିଲା ତାହା ସାରା ବିଶ୍ୱର ଜଗନ୍ନାଥପ୍ରେମୀଙ୍କୁ ବ୍ୟଥିତ କରିଛି । ମୁଁ ମଧ୍ୟ ଏଥିରେ ଅତ୍ୟନ୍ତ ମର୍ମାହତ । ଚାରାମାଳରୁ ବଡଠାକୁର ମୁହଁ ମାଡି ହୋଇ ପଡିଯିବା ଅତି ହୃଦୟ ବିଦାରକ ଘଟଣା ଥିଲା । ଏଭଳି ସ୍ପର୍ଶକାତର ବିଷୟରେ ରାଜ୍ୟ ମନ୍ତ୍ରୀମଣ୍ଡଳର କିଛି ସଦସ୍ୟ ଯେଉଁଭଳି ହାଲୁକା ମନ୍ତବ୍ୟ ଦେଲେ, ଏହା ଜଗନ୍ନାଥ ପ୍ରେମୀଙ୍କ ଦୁଃଖକୁ ଦ୍ୱିଗୁଣିତ କରିଛି। ଭକ୍ତର ଭାବାବେଗକୁ ଗଭୀର ଆଘାତ ଦେଇଛି ।

Naxatra News is now on Whatsapp
Join and get latest news update delivered to you via whatsapp
Join Now