ଓଡ଼ିଶାରାଜନୀତି

ଅରାଜକତା ଉପରେ ରହିବ ପ୍ରଦୀପ ସେନାର ନଜର

ବ୍ରହ୍ମପୁର: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସମର୍ଥକଙ୍କୁ ନେଇ ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ଗଠନ ହୋଇଛି ପ୍ରଦୀପ ସେନା । ଲୋକଙ୍କ ନିକଟରେ ସରକାରୀ ସୁବିଧା ପହଞ୍ଚାଇବା ସହିତ ଲୋକଙ୍କ ସମସ୍ୟାର ସମାଧାନ କରିବାର ଲକ୍ଷ୍ୟ ରଖି ପ୍ରଦୀପଙ୍କ ନାମରେ ଗଠନ ହୋଇଛି ସେନା  ଲୋକଙ୍କ ସୁଖଦୁଃଖରେ ଭାଗିଦାର ହେବା ସହିତ ଗାଁ ଓ ପଞ୍ଚାୟତର ଉନ୍ନତି ଦିଗରେ କାମ କରିବ ସେନା। ସେପଟେ ନିର୍ବାଚନ ମଣ୍ଡଳୀରେ ଚାଲିଥିବା ଅରାଜକତାକୁ ଧ୍ବଂସ କରିବା ନିମନ୍ତେ ପ୍ରଦୀପ ସେନା ମୁଖ୍ୟ ଭୂମିକା ଗ୍ରହଣ କରିବ କହିଛନ୍ତି ବିଧାୟକ ପ୍ରଦୀପ ପାଣିଗ୍ରାହୀ।

ବର୍ତ୍ତମାନ ମଧ୍ୟ ଗୋପାଳପୁର ବିଧାୟକଙ୍କ  ସମର୍ଥକ ନିର୍ବାଚନ ମଣ୍ଡଳୀରେ ରହିଛନ୍ତି । ଆଉ ଏହି ସମର୍ଥକଙ୍କୁ ନେଇ ଗଠିତ ହୋଇଛି ପ୍ରଦୀପ ସେନା । ନିର୍ବାଚନ ମଣ୍ଡଳୀର ପ୍ରତି ପଞ୍ଚାୟତ ଓ ଗାଁରୁ ପ୍ରଦୀପ ସମର୍ଥକଙ୍କୁ ନେଇ ସେନାର ଗଠନ। ବିଶେଷ କରି ବିଧାୟକଙ୍କ ହାତ ମୁଠାକୁ ଟାଣ କରିବା ସହିତ ଲୋକଙ୍କ ନିକଟରେ କିଭଳି ଭାବେ ସମସ୍ତ ପ୍ରକାରର ଯୋଜନା ପହଞ୍ଚି ପାରିବ ତାହା ହେଉଛି ପ୍ରଦୀପ ସେନାର ମୂଳ ଲକ୍ଷ୍ୟ। ସେପଟେ ଦିନ  ଗଡିବା ସହ ବଢିଚାଲିଛି ସେନାର କଳେବର ଓ ସଦସ୍ୟ ସଂଖ୍ୟା । ଆଗାମୀ ଦିନରେ ଏହି ସେନା ଲୋକଙ୍କ ପାଇଁ ଏକ ଆନ୍ଦୋଳନରେ ପରିଣତ ହେବ ଏବଂ ସମସ୍ତେ ଏଥିରେ ସାମିଲ ହେବେ ବୋଲି କହିଛନ୍ତି ପ୍ରଦୀପ ସେନାର ସଦସ୍ୟ । ଅନ୍ୟପଟରେ  ନିର୍ବାଚନ ମଣ୍ଡଳୀରେ ଚାଲିଥିବା ଅରାଜକତାକୁ ଧ୍ବଂସ କରିବା ନିମନ୍ତେ ପ୍ରଦୀପ ସେନା ମୁଖ୍ୟ ଭୂମିକା ଗ୍ରହଣ କରିବ କହିଛନ୍ତି ବିଧାୟକ ପ୍ରଦୀପ ପାଣିଗ୍ରାହୀ।

ଇତିଶ୍ରୀ ସମାପିକା ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published.

Back to top button