କେଜରିୱାଲାଙ୍କ ଠାରୁ ଜନସେବାର ମନ୍ତ୍ର ନେଲେ ନବ ନିର୍ବାଚିତ ସାଂସଦ ରିଙ୍କୁ

Spread the love

ନୂଆଦିଲ୍ଲୀ : ଜଳନ୍ଧର ସଂସଦୀୟ ଆସନରେ ଐତିହାସିକ ବିଜୟ ହାସଲ କରିବା ପରେ ନବ ନିର୍ବାଚିତ ସାଂସଦ ସୁଶିଲ କୁମାର ରିଙ୍କୁ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ସହିତ ରବିବାର ସକାଳେ ଆମ ଆଦମି ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ତାଙ୍କ ବାସଭବନରେ ଭେଟିଥିଲେ । ଏଥି ସହିତ ପଞ୍ଜାବର ଜନତାଙ୍କ ସେବା କରିବା ପାଇଁ କେଜରିୱାଲଙ୍କ ଠାରୁ ଗୁରୁ ମନ୍ତ୍ର ନେଇଥିଲେ । 

ଅରବିନ୍ଦ କେଜରିୱାଲ ଏକ ସ୍ୱତନ୍ତ୍ର ବୈଠକ କରି ସାଂସଦ ସୁଶିଲ କୁମାର ରିଙ୍କୁଙ୍କୁ ପଞ୍ଜାବ ଏବଂ ସେଠାକାର ଜନତାଙ୍କ ବିକାଶ ସହିତ ଜଡ଼ିତ ପ୍ରସଙ୍ଗକୁ ସଂସଦରେ ଦୃଢ଼ ଭାବରେ ଉଠାଇବାକୁ ପରାମର୍ଶ ଦେଇଥିଲେ ।

Leave a Reply

Your email address will not be published. Required fields are marked *