ମଙ୍ଗଳବାର ହେବ ନୀତିଶ-ତେଜସ୍ୱୀ କ୍ୟାବିନେଟ ସମ୍ପ୍ରସାରଣ

Spread the love

ପାଟନା: ମଙ୍ଗଳବାର ଦିନ ନୀତିଶ- ତେଜସ୍ୱୀ ସରକାରର ହେବ କ୍ୟାବିନେଟ ବିସ୍ତାର। ମନ୍ତ୍ରୀମଣ୍ଡଳରେ କାହାକୁ ସ୍ଥାନ ମିଳିବ ତାକୁ ନେଇ ଆସିଛି ଏକ ସମ୍ଭାବିତ ତାଲିକା। ମଙ୍ଗଳବାର ମନ୍ତ୍ରୀମଣ୍ଡଳରେ ୩୧ ଜଣଙ୍କୁ ସ୍ଥାନ ଦିଆଯିବ, ସେମାନଙ୍କ ମଧ୍ୟରେ ଆରଜେଡି ସୁପ୍ରିମୋ ଲାଲୁ ଯାଦବଙ୍କ ପୁଅ ତଥା ତେଜସ୍ୱୀଙ୍କ ଭାଇ ପ୍ରତାପ ଯାଦବଙ୍କୁ ଦିଆଯିବ ସ୍ଥାନ।
ନୀତିଶ- ତେଜସ୍ୱୀ ସରକାରରେ ଆରଜେଡି ମୁଖ୍ୟ ଭୂମିକା ତୁଲାଇବା ପରି ମନେ ହେଉଛି। ଆରଜେଡିରୁ ତେଜ ପ୍ରଦାପ ଯାଦବ, ସୁରେନ୍ଦ୍ର ଯାଦବ, ଚନ୍ଦ୍ରଶେଖର, ଶଶିଭୂଷଣ ସିଂହ, କାର୍ତ୍ତିକ ସିଂହ, କୁମାର ସରବଜିତ, ଭୂଦେବ ଚୌଧୁରୀ, ଅଖ୍ତରୁଲ ଇସ୍ଲାମ ଶାହୀନ, ଶାହନବାଜ, ସମୀର ମହାସେଠ, ଅନୀତା ଦେବୀ, ଆଲୋକ ଦେବୀ, ଆଲୋକ ମେହତା, ରାହୁଲ ତିବାରୀ, ସୁଧାକର ସିଂହ, ଅନିଲ ସାହନୀଙ୍କୁ ମନ୍ତ୍ରୀ ପଦ ମିଳୁଥିବା ବେଳେ ନୀତିଶଙ୍କ ଦଳ ଜେଡିୟୁରୁ ୧୧ ଜଣଙ୍କୁ ବିଜେନ୍ଦ୍ର ଯାଦବ, ବିଜୟ ଚୌଧୁରୀ, ଶବଚ୍ଚ କୁମାର, ଉପେନ୍ଦ୍ର କୁଶବାହାଲ, ଅଶୋକ ଚୌଧୁରୀ, ମଦନ ସାହନୀ, ଦାମୋଦର ରାଉତ, ସଞ୍ଜୟ ଝା, ଜାମା ଖାନ, ସୁମିତ ସିଂହ, ଲେସି ସିଂ ରହିଛନ୍ତି। ସେହିପରି କଂଗ୍ରେସର ଶକିଲ ଅହମଦ ଓ ରାଜେଶ, ହାମରୁ ସନ୍ତୋଷ ମାଝୀଙ୍କୁ ମନ୍ତ୍ରୀମଣ୍ଡଳରେ ସ୍ଥାନ ମିଳୁଥିବା ଚର୍ଚ୍ଚା ହେଉଛି।
ବିହାରରେ ମହାମେଣ୍ଟର ନୂଆ ସରକାରରେ ମୋଟ ୭ଟି ଦଳ ସାମିଲ ହୋଇଛନ୍ତି, ଯେଉଁଥିରେ ଆରଜେଡି, ଜେଡିୟୁ, କଂଗ୍ରେସ, ହିନ୍ଦୁସ୍ଥାନ ଆବାମ ମୋର୍ଚ୍ଚା ଓ ଜଣେ ନିର୍ଦ୍ଦଳୀୟ ବିଧାୟକ ରହିଛନ୍ତି। ମଙ୍ଗଳବାର ଦିନ ୧୧ଟା ୩୦ରେ ମନ୍ତ୍ରୀମଣ୍ଡଳ ବିସ୍ତାର ହେବାର ରହିଛି। ନୀତିଶ ୨୪ ଅଗଷ୍ଟରେ ବିଧାନସଭାରେ ବହୁମତ ସାବ୍ୟସ୍ତ କରିବେ।

Leave a Reply

Your email address will not be published. Required fields are marked *