ଏନସିପି ଅଧ୍ୟକ୍ଷ ଶରଦ ପାୱାରଙ୍କ ସହିତ ସାକ୍ଷାତ କଲେ ନୀତିଶ କୁମାର ଏବଂ ତେଜସ୍ୱୀ ଯାଦବ

Spread the love

ମୁମ୍ବାଇ : ରାଷ୍ଟ୍ରବାଦୀ  କଂଗ୍ରେସ ପାର୍ଟି(ରାକାମ୍ପା)ର ଅଧ୍ୟକ୍ଷ ଶରଦ ପାୱାରଙ୍କୁ ଗୁରୁବାର ଦିନ ମୁମ୍ବାଇରେ ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏବଂ ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ସାକ୍ଷାତ କରିଛନ୍ତି । ଏହି ଅବସରରେ ନୀତିଶ କୁମାର କହିଛନ୍ତି ଯେ ଦେଶହୀତରେ ସମସ୍ତ ବିରୋଧି ଦଳକୁ ଏକାସାଙ୍ଗେ ମିଶି କାମ କରିବା ଜରୁରୀ ଅଟେ ।

ନୀତିଶ କୁମାର ଏବଂ ରାକାମ୍ପା ପ୍ରମୁଖ ଶରଦ ପାୱାର ଗୁରୁବାର ଦିନ ଦେଇଥିବା ସାମ୍ବାଦିକ ସମ୍ମିଳନୀକୁ  ସମ୍ବୋଧିତ କରି କହିଛନ୍ତି ଯେ ଆସନ୍ତା ବର୍ଷ ହେବାକୁଥିବା ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧି ଏକତାକୁ ମଜବୁତ କରିବାକୁ ପ୍ରୟାସରେ ଚର୍ଚ୍ଚା କରାଯାଇଛି । ଏହା ପଚରାଯିବା ଉପରେ କ’ଣ ଶରଦ ପାୱାର ବିରୋଧି ମେଂଟର ମୁଖ୍ୟ ଚେହେରା ହେବ, ନୀତିଶ କୁମାର କହିଛନ୍ତି ଯେ, ଏଥିରୁ ଅଧିକ ସୁଖଦ କିଛି ନାହିଁ ।

Leave a Reply

Your email address will not be published. Required fields are marked *