ପୁଣି ଚର୍ଚ୍ଚାରେ ନିତୀଶ , ଫଟୋ ହେଲା ଭାଇରାଲ

Spread the love

ଗତକାଲି ଲୋକସଭା ଫଳାଫଳ ଆସିବା ପରେ କିଏ ଗଢିବ ସରକାର ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଏନଡିଏ ମେଣ୍ଟ ବହୁମତ ପାଇଛି ଓ ବହୁମତରୁ କିଛି କମ୍ ଆସନ ପାଇଛି ଇଣ୍ଡିଆ ମେଣ୍ଟ । ହେଲେ ଏନଡିଏ ମେଣ୍ଟରେ ସହଯୋଗୀ ଥିବା ନୀତିଶ କୁମାର ଓ ଚନ୍ଦ୍ରବାବୁ ନାଇଡୁଙ୍କୁ ନେଇ ରାଜନୀତି ଅସ୍ଥିର ହୋଇଛି । କାରଣ ନୀତିଶ ଓ ଚନ୍ଦ୍ରବାବୁୁ ବର୍ତମାନ ପରିସ୍ଥିତିରେ କିଙ୍ଗମେକର ହେବାକୁ ଯାଉଛନ୍ତି । ସେପଟେ ନୀତିଶ କୁମାରଙ୍କ ବାବଦରେ ଦେଶବାସୀଙ୍କୁ କିଛି ଅଛପା ନାହିଁ । ତାଙ୍କ ମନ ପବନ ଯାନ, ଅର୍ଥାତ ସେ କେତେବେଳେ କୁଆଡେ ମୁହାଁନ୍ତି ତାହା କେହି ବି ଆକଳନ କରିପାରିବେ ନାହିଁ । ଗୋଟିଏ ପଟେ ନୀତିଶଙ୍କ ବିନା ବିଜେପି ସରକାର ଗଠନ କରିବା ଅସମ୍ଭବ ହୋଇଥିବା ବେଳେ ଆଜି ଗୋଟିଏ ବିମାନରେ ନୀତିଶ କୁମାର ଓ ଇଣ୍ଡିଆ ମେଣ୍ଟର ସହଯୋଗୀ ଆରଜେଡି ମୁଖ୍ୟ ତେଜସ୍ୱୀ ଯାଦବଙ୍କୁ ଠାବ କରାଯାଇଛି । ଉଭୟ ଗୋଟିଏ ବିମାନରେ ପାଟନାରୁ ଦିଲ୍ଲୀ ଯାଇଥିବାର ଭିଡିଓ ଭାଇରାଲ ହେବା ପରେ ରାଜନୀତି ଗଣିତ ଏବେ ଅଛିଡା ଅଙ୍କ ହେବ ବୋଲି ଆକଳନ କରାଯାଉଛି ।

ଭାଇରାଲ ହେଉଥିବା ଭିଡିଓ ଓ ଫଟୋରେ ଦୁଇଟି ଚିତ୍ର ଦେଖିବାକୁ ମିଳିଛି । ପ୍ରଥମ ଚିତ୍ରରେ ନୀତିଶ କୁମାର ଗୋଟିଏ ଆସନରେ ବସିଥିବା ବେଳେ ତେଜସ୍ୱୀ ଅନ୍ୟ ଏକ ଆସନରେ ବସିଛନ୍ତି । କିନ୍ତୁ ଭାଇରାଲ ହେଉଥିବା ଭିଡିଓରେ ଉଭୟ ପାଖାପାଖି ବସିଥିବାର ଦେଖିବାକୁ ମିଳିଛି ।

ସେପଟେ ଦିଲ୍ଲୀ ବିମାନବନ୍ଦରରେ ପହଂଚିବା ପରେ ତେଜସ୍ୱୀ ଯାଦବ ଗଣମାଧ୍ୟମ ସହ କଥା ହୋଇଛନ୍ତି । କିଏ ସରକାର ଗଠନ କରିବ ବୋଲି ପ୍ରଶ୍ନର ଉତର ଦେଇ ତେଜସ୍ୱୀ କହିଛନ୍ତି କି, ଦେଖନ୍ତୁ ଆଗକୁ କ’ଣ ହେଉଛି । ହେଲେ ନୀତିଶ କୁମାର କହିଛନ୍ତି କି ସରକାର ଗଠନ ହେବ । ହେଲେ ସରକାର ଏନଡିଏ ଗଠନ କରିବ କି ଇଣ୍ଡିଆ ଗଠନ କରିବ ସେ ନେଇ ସ୍ପଷ୍ଟ କରିନାହାଁନ୍ତି ।

Leave a Reply

Your email address will not be published. Required fields are marked *