ସ୍କୁଲ ଗଣଶିକ୍ଷା ବିଭାଗରେ ନିତ୍ୟାନନ୍ଦ ଗଣ୍ଡ…

ନିତ୍ୟାନନ୍ଦ ଗଣ୍ଡଙ୍କୁ ସ୍କୁଲ ଗଣଶିକ୍ଷା, ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ଏବଂ ପଛୁଆବର୍ଗ କଲ୍ୟାଣ, ସାମାଜିକ କଲ୍ୟାଣ ଓ ଶସକ୍ତିକରଣ ବିଭାଗର ଦିଆଯାଇଛି। ୧୯୭୮ ଜାନୁଆରୀ ୬ ତାରିଖରେ ଉମରକୋଟ ଭାଲୁଗୁଡ଼ାରେ ନିତ୍ୟାନନ୍ଦ ଗଣ୍ଡ ଜନ୍ମଗ୍ରହଣ କରିଥିଲେ । ନିତ୍ୟାନନ୍ଧ ପିଲାବେଳୁ ଜଣେ ମେଧାବୀ ଛାତ୍ର ଥିଲେ। ସେ ଜଣେ ଉଚ୍ଚ ଶିକ୍ଷିତ ହେବା ସହ ଆଇନରେ ଡିଗ୍ରୀ ହାସଲ କରିଛନ୍ତି । ୨୦୦୩ରୁ ରାଜନୀତିରେ ସକ୍ରିୟ ରହି ଉମରକୋଟ ପୌରପାଳିକାରେ କାଉନସିଲର ଭାବେ ୨୦୦୩ରୁ ୨୦୦୮ ପର୍ଯ୍ୟନ୍ତ ଦାୟିତ୍ୱ ନିର୍ବାହ କରିଥିଲେ । ୨୦୧୯ରେ ଉମରକୋଟର ବିଧାୟକ ପଦ ପାଇଁ ବିଜେପିରୁ ପ୍ରତିଦ୍ୱନ୍ଦ୍ୱିତା କରି ବିଜୟୀ ହୋଇଥିଲେ। ସେ ଜିଲ୍ଲା ଗଣ୍ଡ ସାଂକ୍କୃତିକ ସମାଜର ପୂର୍ବତନ ସାଧାରଣ ସମ୍ପାଦକ ଥିଲେ। ଏଥିସହିତ ଉମରକୋଟ ଓକିଲ ସଂଘର ପୂର୍ବତନ ସାଧାରଣ ସମ୍ପାଦକ ଏବଂ ରବିସିଂ ମାଝି ସ୍ୱାଧୀନତା ସଂଗ୍ରାମୀ ନ୍ୟାସ କମିଟି ପୂର୍ବତନ ସଭାପତି ଭାବେ ସଫଳତାର ସହ ଦାୟିତ୍ୱ ନିର୍ବାହ କରିଛନ୍ତି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *