ମୁଖ୍ୟମନ୍ତ୍ରୀ ହେବାର କୌଣସି ଲାଳଶା ନାହିଁ:ତେଜସ୍ବୀ

Spread the love

ପାଟନା: ବିହାର ମୁଖ୍ୟମନ୍ତ୍ରୀ ନିତୀଶ କୁମାରଙ୍କ ରାଜନୈତିକ ଉତ୍ତରାଧିକାରୀକୁ ନେଇ ଜେଡିୟୁରେ ଲାଗିରହିଥିବା ଘମାସାନ ମଧ୍ୟରେ ଡେପୁଟି ସିଏମ ତେଜସ୍ବୀ ଯାଦବ ସୋମବାର ବିହାର ବିଧାନସଭାରେ ଏକ ବଡ ଘୋଷଣା କରି କହିଛନ୍ତି କି, ନାଁ ମତେ ମୁଖ୍ୟମନ୍ତ୍ରୀ ହେବାର ଅଛି ନାହିଁ ନିତୀଶଙ୍କୁ ପ୍ରଧାନମନ୍ତ୍ରୀ। ଆମେ ଯେଉଁଠି ଅଛୁ ସେଠି ଖୁସି ଅଛୁ।

ବିହାର ବିଧାନସଭାରେ ସଡକ ନିର୍ମାଣ ବିଭାଗର ବଜେଟ ଉପରେ ନିଜର ମତ ରଖିବାକୁ ଯାଇ ତେଜସ୍ବୀ ଯାଦବ ସାମ୍ପ୍ରତିକ ରାଜନୈତିକ ଘଟଣାକ୍ରମ ଉପରେ ନିଜ ପ୍ରତିକ୍ରିୟା ଦେଇଥିଲେ। ସେ ବିଜେପିକୁ ଟାର୍ଗେଟ କରି କହିଥିଲେ, ଆମେ ବିକାଶର ସାଧକ ଓ ଏମାନେ ବିକାଶର ବାଧକ। ବିଜେପିଠାରୁ ଯେତେବେଳେ ଆରଜେଡି ସୁପ୍ରିମୋ ଲାଲୁ ଯାଦବ ଡରିଲେ ନାହିଁ, ତାଙ୍କ ପୁଅ  ବି ଡରିବ ନାହିଁ।

ଆରଜେଡି ନେତାମାନଙ୍କ ଉଦ୍ଦେଶ୍ୟରେ ଯାଦବ କହିଥିଲେ କି, ନିତୀଶ ଏନଡିଏ ଛାଡି ମହାଗଠବନ୍ଧନରେ ଆସିବାର ନିଷ୍ପତ୍ତି ନେଇ ଆମକୁ ମଜବୁତ କରିଛନ୍ତି। ଆମେ ବିହାରର ବିକାଶରେ ଲାଗିଛୁ। ବିହାରରେ ମହାଗଠନବନ୍ଧନ ସରକାର ହେବା ପରେ ଆରଜେଡି ପକ୍ଷରୁ  ତେଜସ୍ବୀ ଯାଦବଙ୍କୁ ଆଗକୁ ବଢେଇବା ଉପରେ ଚାପ ପକାଯାଉଛି। ନିତୀଶ କୁମାରଙ୍କୁ ବି ପିଏମ ପ୍ରାର୍ଥୀ ଭାବେ ପ୍ରୋଜେକ୍ଟ କରାଯାଉଛି। କିନ୍ତୁ ନିତୀଶ ଏହାକୁ ଲଗାତର ଖଣ୍ଡନ କରି ଆସୁଛନ୍ତି।

Leave a Reply

Your email address will not be published. Required fields are marked *