ଏକନାଥ ମନ୍ତ୍ରୀମଣ୍ଡଳରେ ଜଣେ ବି ମହିଳାଙ୍କୁ ମିଳିନି ସ୍ଥାନ

Spread the love

ମୁମ୍ବାଇ: ମଙ୍ଗଳବାର ଦିନ ଏକନାଥ ସିନ୍ଧେ ଙ୍କ କ୍ୟାବିନେଟର କଳେବର ବୃଦ୍ଧି ହୋଇଛି । ମନ୍ତ୍ରୀ ମଣ୍ଡଳରେ ମଙ୍ଗଳବାର ଦିନ ୧୮ ମନ୍ତ୍ରୀଙ୍କୁ ସାମିଲ କରାଯାଇଛି । ରାଜଭବନରେ ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି ରାଜ୍ୟପାଳ ଭଗତ ସିଂହ କୋସ୍ୟାରି । ଏକନାଥଙ୍କ ମନ୍ତ୍ରୀମଣ୍ଡଳରେ ଚନ୍ଦ୍ରକାନ୍ତ ପାଟିଲ, ରାଧାକୃଷ୍ଣ ଭିକେ ପାଟିଲ, ଉଦୟ ସାମନ୍ତ ପ୍ରମୁଖଙ୍କୁ ରାଜ୍ୟ କ୍ୟାବିନେଟରେ ସ୍ଥାନ ଦିଆଯାଇଛି । ତେବେ ବିଜେପି ରାଜ୍ୟ ଉପସଭାପତିଙ୍କ ବିରୋଧ ପରେ ପୂର୍ବତନ ମନ୍ତ୍ରୀ ସଞ୍ଜୟ ରାଠୋରଙ୍କୁ ମନ୍ତ୍ରୀପଦରୁ ବାଦ ଦିଆଯାଇଛି । ରାଠୋର ପୂଜା ଚଭନ ମୃତ୍ୟୁ ମାମଲାରେ ସମ୍ପୃକ୍ତ ଥିବାରୁ ତାଙ୍କୁ ବିରୋଧ କରିଥିଲା ବିଜେପି । ତେବେ ୧୮ ମନ୍ତ୍ରୀଙ୍କ ମଧ୍ୟରୁ ଉଭୟ ବିଜେପି ଓ ସିନ୍ଧେ ଗୋଷ୍ଠୀରୁ ୯ ଲେଖା ରହିଛି । ପୂର୍ବରୁ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ସହ ମୋଟ ୨୦ ମନ୍ତ୍ରୀ କ୍ୟାବିନେଟରେ ସମିଲ ହୋଇଛନ୍ତି । କିନ୍ତୁ ୪୩ ସଂଖ୍ୟା ବିଶିଷ୍‌ଟ ଏହି ମନ୍ତ୍ରୀମଣ୍ଡଳରେ ଜଣେ ମଧ୍ୟ ମହିଳାଙ୍କୁ ସାମିଲ କରାଯାଇ ନାହିଁ । ତେବେ ଆସନ୍ତା ସେପ୍ଟେମ୍ବର ମାସରେ ପରବର୍ତ୍ତୀ କ୍ୟାବିନେଟ ସମ୍ପ୍ରସାରଣ ହେବାକୁ ଯାଉଛି । କେଉଁ ବିଭାଗ କାହାକୁ ମିଳିଛି ତାହା ଜଣାପଡି ନ ଥିବା ବେଳେ କିନ୍ତୁ ଗୃହ ଉପମୁଖ୍ୟମନ୍ତ୍ରୀ ପଡବିସଙ୍କୁ ମିଳିବ ବୋଲି ପୂର୍ବରୁ ଚର୍ଚ୍ଚା ହେଉଥିଲା ।

Leave a Reply

Your email address will not be published. Required fields are marked *